କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ବିଧାୟକ ନିଜେ ପଢୁଥିବା କଲେଜର କିପରି ଉନ୍ନତି ହୋଇପାରିବ ସେନେଇ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ କ୍ୱାର୍ଟର୍ସ ଭଗ୍ନ ଅବସ୍ଥାରେ ରହିଛି। ତାହାକୁ ଭାଙ୍ଗି ସେଠାରେ କର୍ମଚାରୀଙ୍କ ପାଇଁ ନୂତନ କ୍ୱାର୍ଟର୍ସ ନିର୍ମାଣ ହେବ। କଲେଜ ପାଚେରି ମଧ୍ୟ ନିର୍ମାଣ ହେବ। ପୂର୍ଣ୍ଣାଙ୍ଗ […] The post କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ appeared first on Dharitri Odia News.

କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ବିଧାୟକ ନିଜେ ପଢୁଥିବା କଲେଜର କିପରି ଉନ୍ନତି ହୋଇପାରିବ ସେନେଇ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ କ୍ୱାର୍ଟର୍ସ ଭଗ୍ନ ଅବସ୍ଥାରେ ରହିଛି। ତାହାକୁ ଭାଙ୍ଗି ସେଠାରେ କର୍ମଚାରୀଙ୍କ ପାଇଁ ନୂତନ କ୍ୱାର୍ଟର୍ସ ନିର୍ମାଣ ହେବ। କଲେଜ ପାଚେରି ମଧ୍ୟ ନିର୍ମାଣ ହେବ। ପୂର୍ଣ୍ଣାଙ୍ଗ ପାଚେରି ନ ଥିବାରୁ ଅନେକ ଅସୁବିଧା ହେଉଛି। ତେଣୁ ଏହି କାମ ତୁରନ୍ତ ଆରମ୍ଭ ପାଇଁ ପଦକ୍ଷେପ ନିଆଯିବ। ବାଳିକା ଏବଂ ବାଳକ ହଷ୍ଟେଲ ଆସନ୍ତା ଶିକ୍ଷା ବର୍ଷରୁ କିଭଳି କାର୍ଯ୍ୟକାରୀ ହେବ ଏନେଇ ମଧ୍ୟ ପଦକ୍ଷେପ ନିଆଯିବ। ଏଥିସହ ଆଉ କିଛି ନୂତନ କ୍ଲାସ ରୁମ ହେବ। କଲେଜର ଉନ୍ନତିକରଣ ପାଇଁ ଯାହା ଅର୍ଥ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ। ଏନେଇ ମୁଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହା ଶୀଘ୍ର ପୂରଣ କରାଯିବ ବୋଲି ବିଧାୟକ ନାୟକ କହିଛନ୍ତି। କେଏସ୍‌ୟୁବି କଲେଜର ଉନ୍ନତିକରଣ ପାଇଁ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ କରାଯିବ। ସେଥିରୁ ସ୍ବର୍ଣ୍ଣ ଜୟନ୍ତୀ ଭବନ ପାଇଁ ୨୦ କୋଟି ଓ ଅନ୍ୟାନ୍ୟ ଉନ୍ନତିକରଣ ପାଇଁ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ହେବ। ଏହା ଅନୁମୋଦନ ପାଇଁ ଯାଇଛି ବୋଲି ବିଧାୟକ ଏହି ଅବସରରେ କହିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ବରିଷ୍ଠ ଭାଜପା ନେତା ସୁବାଷ ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ଜଗବନ୍ଧୁ ଜେନା, ସନ୍ତୋଷ ଜେନା, ନେତାଜୀ ବିଷୋୟୀ, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ପ୍ରାଧ୍ୟାପକ ବିଭାସ ଦାସ, ପୂର୍ବତନ ସରପଞ୍ଚ ଧୋବା ଗୌଡ, ଲେଲିନ ରାଉତ, ସୁବାସ ବରାଡ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବିଧାୟକ ବାହାଡାପଦର, ବାରୁଡ଼ା ଏବଂ ସାନ ତୁଳସୀପଲ୍ଲୀଠାରେ ଚାଲିଥିବା ଯଜ୍ଞ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର ବିକାଶ କିଭଳି ହେବ ସେନେଇ ସେଠାରେ ଲୋକଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ବିଧାୟକ ନାୟକ ଏହି କଲେଜର ଏକଦା ଛାତ୍ର ସଂସଦ ସଭାପତି ଥିଲେ।

The post କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ appeared first on Dharitri Odia News.