ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ଅପମାନକୁ ନେଇ ଚାଣକ୍ୟ କହିଛନ୍ତି, ଯଦି ଜଣେ ଅପମାନିତ ହୁଏ, ତେବେ ଚୁପ ରହିବା ଆବଶ୍ୟକ। ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଦେଖି ହସିଦେବା ଉଚିତ୍‌। ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବଥିଲେ, ସାମ୍ନାରେ ଥିବା ବ୍ୟକ୍ତି […] The post ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି… appeared first on Dharitri Odia News.

ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ଅପମାନକୁ ନେଇ ଚାଣକ୍ୟ କହିଛନ୍ତି, ଯଦି ଜଣେ ଅପମାନିତ ହୁଏ, ତେବେ ଚୁପ ରହିବା ଆବଶ୍ୟକ। ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଦେଖି ହସିଦେବା ଉଚିତ୍‌। ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବଥିଲେ, ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଅସମର୍ଥ

ସେ କହିଛନ୍ତି, ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଜରୁରୀ । ଶତ୍ରୁ ଦୁର୍ବଳ କି ବଳଶାଳୀ ନ ଜାଣିଲେ ତାଙ୍କ ବିରୋଧରେ କୌଣସି ନୀତି ପ୍ରସ୍ତୁତ କରାଯାଇପାରିବ ନାହିଁ ।

ଯଦି ଶତ୍ରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ତାଙ୍କୁ ଅଡ଼ୁଆରେ ପକାଇବା ପାଇଁ ଅନୁକୂଳ ଆଚରଣ ଦେଖାଇବା ଉଚିତ୍‌। ଯଦି ଶତ୍ରୁର ପ୍ରକୃତି ମନ୍ଦ, ସେ ପ୍ରତାରଣା କରିବାକୁ ଚାହେଁ, ତେବେ ତାଙ୍କୁ ପରାସ୍ତ କରିବାକୁ, ତାଙ୍କ ବିରୋଧରେ ଯିବା ଉଚିତ୍‌ ।

ଆହୁରି ମଧ୍ୟ ସେ କହିଛନ୍ତି, ଯଦି ଶତ୍ରୁ ତୁମ ସମକକ୍ଷ, ତେବେ ତାଙ୍କୁ ନମ୍ର କିମ୍ବା ବଳପୂର୍ବକ ପରାସ୍ତ କରାଯିବା ଉଚିତ୍‌। ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ଜାଲରେ ପକାଇବା ଉଚିତ, ଯାହାଫଳରେ ସେମାନେ ଚାହିଁଲେ ମଧ୍ୟ ବାହାରକୁ ଯାଇ ପାରିବେ ନାହିଁ।

The post ଅପମାନର ପ୍ରତିଶୋଧ ନେବା ସବୁଠାରୁ ବଡ଼ ଅସ୍ତ୍ର ହେଉଛି… appeared first on Dharitri Odia News.