ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି; ପର୍ଥରେ ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ
ପର୍ଥ: ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି। ଶୁକ୍ରବାରଠୁ ଆରମ୍ଭ ହେଉଛି ୫ଟି ମ୍ୟାଚ୍ ବିଶିଷ୍ଟ ହାଇଭୋଲଟେଜ୍ ଟେଷ୍ଟ ସିରିଜ୍ । ପେସ୍ ବୋଲରଙ୍କ ସ୍ବର୍ଗ କୁହାଯାଉଥିବା ପର୍ଥ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପେସ୍ ବୋଲର ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ଭାରତୀୟ ଦଳ । ସେହିପରି ପ୍ରଥମେ ଫିଲ୍ଡିଂ କରୁଛି ଘରୋଇ ଅଷ୍ଟ୍ରେଲିଆ ଦଳ । ପ୍ରଥମ ଟେଷ୍ଟରେ ନୀତିଶ ରେଡ୍ଡୀ ଏବଂ ହର୍ଷିତ୍ ରାଣା ଡେବୁ କରୁଛନ୍ତି । ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନୀଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି ।ଭାରତର ଚୂଡ଼ାନ୍ତ ଟିମ୍: ଯଶପ୍ରୀତ ବୁମରା (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍, କେ.ଏଲ୍ ରାହୁଲ, ଦେବଦତ୍ତ ପାଡ଼ିକଲ, ବିରାଟ୍ କୋହଲି, ରିଷଭ ପନ୍ତ (ଓ୍ବିକେଟ୍ କିପର), ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଓ୍ବାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, । ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଟିମ୍: ପ୍ୟାଟ୍ କମିନ୍ସ (ଅଧିନାୟକ), ଉସମାନ ଖୱାଜା, ନାଥାନ ମ୍ୟାକ୍ସ୍ୱିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ୍, ଟ୍ରେଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ମିଚେଲ ଷ୍ଟାର୍କ, ନାଥାନ ଲାୟନ, ଜୋସ ହାଜେଲଉଡ୍ ।
ପର୍ଥ: ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି। ଶୁକ୍ରବାରଠୁ ଆରମ୍ଭ ହେଉଛି ୫ଟି ମ୍ୟାଚ୍ ବିଶିଷ୍ଟ ହାଇଭୋଲଟେଜ୍ ଟେଷ୍ଟ ସିରିଜ୍ । ପେସ୍ ବୋଲରଙ୍କ ସ୍ବର୍ଗ କୁହାଯାଉଥିବା ପର୍ଥ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପେସ୍ ବୋଲର ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି ଭାରତୀୟ ଦଳ । ସେହିପରି ପ୍ରଥମେ ଫିଲ୍ଡିଂ କରୁଛି ଘରୋଇ ଅଷ୍ଟ୍ରେଲିଆ ଦଳ । ପ୍ରଥମ ଟେଷ୍ଟରେ ନୀତିଶ ରେଡ୍ଡୀ ଏବଂ ହର୍ଷିତ୍ ରାଣା ଡେବୁ କରୁଛନ୍ତି । ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନୀଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି ।
ଭାରତର ଚୂଡ଼ାନ୍ତ ଟିମ୍: ଯଶପ୍ରୀତ ବୁମରା (ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍, କେ.ଏଲ୍ ରାହୁଲ, ଦେବଦତ୍ତ ପାଡ଼ିକଲ, ବିରାଟ୍ କୋହଲି, ରିଷଭ ପନ୍ତ (ଓ୍ବିକେଟ୍ କିପର), ଧ୍ରୁବ ଜୁରେଲ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଓ୍ବାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ।
ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଟିମ୍: ପ୍ୟାଟ୍ କମିନ୍ସ (ଅଧିନାୟକ), ଉସମାନ ଖୱାଜା, ନାଥାନ ମ୍ୟାକ୍ସ୍ୱିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ୍, ଟ୍ରେଭିସ୍ ହେଡ୍, ମିଚେଲ ମାର୍ଶ, ଆଲେକ୍ସ କ୍ୟାରୀ, ମିଚେଲ ଷ୍ଟାର୍କ, ନାଥାନ ଲାୟନ, ଜୋସ ହାଜେଲଉଡ୍ ।