ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ
ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି। ୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦଙ୍କ ନାଁ ଘୋଷଣା କରାଯାଇଛି। ଛତିଶଗଡ଼ର ପ୍ରଥମ ସାହିତି୍ୟକ ଭାବେ ବିନୋଦ ଏହି ପୁରସ୍କାର ପାଇବେ। ୮୮ ବର୍ଷୀୟ ଶୁକ୍ଲା ସରଳ ଏବଂ ସାବଳୀଳ ଲେଖା ପାଇଁ ବେଶ୍ ଜଣାଶୁଣା। ସେ ନୌକର କି କମିଜ ଏବଂ ଦିୱାର ମେଁ ଏକ […] The post ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ appeared first on Dharitri Odia News.
ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି।
୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦଙ୍କ ନାଁ ଘୋଷଣା କରାଯାଇଛି। ଛତିଶଗଡ଼ର ପ୍ରଥମ ସାହିତି୍ୟକ ଭାବେ ବିନୋଦ ଏହି ପୁରସ୍କାର ପାଇବେ। ୮୮ ବର୍ଷୀୟ ଶୁକ୍ଲା ସରଳ ଏବଂ ସାବଳୀଳ ଲେଖା ପାଇଁ ବେଶ୍ ଜଣାଶୁଣା। ସେ ନୌକର କି କମିଜ ଏବଂ ଦିୱାର ମେଁ ଏକ ଖିଡକି ରହିତି ଥି ଭଳି ପ୍ରସିଦ୍ଧ କୃତି ଲେଖିଛନ୍ତି। ତାଙ୍କର ଅନନ୍ୟ ଲେଖା ଶୈଳୀ ଏବଂ ହିନ୍ଦୀ ସାହିତ୍ୟକୁ ଅବଦାନ ପାଇଁ ଚୟନ କମିଟି ପକ୍ଷରୁ ଜ୍ଞାନପୀଠ ପୁରସ୍କାର ପାଇବାକୁ ସେ ମନୋନୀତ ହୋଇଛନ୍ତି।
ପୁରସ୍କାର ସ୍ବରୂପ ୧୧ ଲକ୍ଷ ନଗଦ ଟଙ୍କା, ଦେବୀ ସରସ୍ବତୀଙ୍କ ଏକ କାଂସ୍ୟ ପ୍ରତିମା ଏବଂ ଏକ ପ୍ରଶଂସାପତ୍ର ପ୍ରଦାନ କରାଯିବ। ଏହି ଅବସରରେ ଖୁସି ପ୍ରକାଶ କରି ବିନୋଦ କହିଛନ୍ତି, ସେ ଏହି ପୁରସ୍କାର ପାଇବା ପାଇଁ କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହା ଏକ ବହୁତ ବଡ଼ ପୁରସ୍କାର ବୋଲି ସେ କହିଛନ୍ତି।
ଜ୍ଞାନପୀଠ ପୁରସ୍କାର ୧୯୬୧ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ୧୯୬୫ରେ ମାଲାୟଲମ୍ କବି ଶଙ୍କର କୁରୂପଙ୍କୁ ଦିଆଯାଇଥିଲା। ଏହି ପୁରସ୍କାର କେବଳ ଭାରତୀୟ ଲେଖକମାନଙ୍କୁ ପ୍ରଦାନ କରାଯାଇଥାଏ।
The post ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ appeared first on Dharitri Odia News.