ଉତ୍କଳ ଦିବସରେ ରକ୍ତଦାନ ଶିବିର
ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମଦିନେ ବ୍ରହ୍ମପୁର ରକ୍ତ ଭଣ୍ଡାର ରେ ଆବଶ୍ୟକ ରକ୍ତର ଅଭାବ ଦୂର କରିବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା। ବଣିକ ସଂଘ ସଭାପତି ଟୁକୁନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର […] The post ଉତ୍କଳ ଦିବସରେ ରକ୍ତଦାନ ଶିବିର appeared first on Dharitri Odia News.
ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମଦିନେ ବ୍ରହ୍ମପୁର ରକ୍ତ ଭଣ୍ଡାର ରେ ଆବଶ୍ୟକ ରକ୍ତର ଅଭାବ ଦୂର କରିବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା। ବଣିକ ସଂଘ ସଭାପତି ଟୁକୁନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମୂଖ୍ଯଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘର ସମ୍ପାଦକ ତଥା ଆଇନଜୀବୀ ହରପ୍ରସାଦ ରଥ , ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ଦିଗପହଣ୍ଡି ଥାନା ଏସଆଇ ସୋଫିଆ ମିଶ୍ର, ଜ୍ୟୋତି ରଞ୍ଜନ ବେହେରା, ଦୁଷ୍ମନ୍ତ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୫୦ ଜଣ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଂଘର ଉପଦେଷ୍ଟା ତଥା ଖବରଦାତା ଦିଗାମ୍ବର ମହାରଣା ସଂଯୋଜନା କରିଥିବା ବେଳେ ସଂଘର ଉପ ସଭାପତି ଅରବିନ୍ଦ ବିଷୋୟୀ, ସମ୍ପାଦକ ହରିବନ୍ଧୁ ବାଡତ୍ୟା, କୋଷାଧ୍ୟକ୍ଷ କେ. ତ୍ରିପତି ଦୋରା, ଉପଦେଷ୍ଟା ଭାସ୍କର ସ୍ବାଇଁଙ୍କ ସମେତ ଅଜିତ ବାଡତ୍ୟା, ସୁଶାନ୍ତ ରାଉତ, ଅଳୟ ଭୂୟାଁ, ଜୟ ସାହୁ , ବାଦଲ ପଣ୍ଡା, ରଞ୍ଜନ ପ୍ରଧାନ, ସାଗର ଜେନା , ଗଜେନ୍ଦ୍ର ସାହୁଙ୍କ ସମେତ ସଂଘର ସମସ୍ତ ସଦସ୍ୟ ସହଯୋଗ କରି ରକ୍ତ ଦାନ କରିଥିଲେ।ବଣିକ ସଂଘର ଏଭଳି ମହାନ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସାଧୁବାଦ ଜ୍ଞାପନ କରାଯାଇଛି।
The post ଉତ୍କଳ ଦିବସରେ ରକ୍ତଦାନ ଶିବିର appeared first on Dharitri Odia News.