ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର

ବିନିକା, ୧୫ା୧୨(ରାମ ଗୋପାଳ ବାଘ): ଝିଅକୁ ଆଜି ବି ଅନେକେ ଅଲୋଡ଼ା ମନେ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳରେ। ଶନିବାର ସକାଳେ ବ୍ଲକ ଅନ୍ତର୍ଗତ ଟୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରୁ ଅଧାପୋତା ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜନ୍ମ ପରେ ଶିଶୁକନ୍ୟାକୁ କେହି ମାଟିରେ ପୋତି ଚାଲି ଯାଇଥିଲେ। ଟୁଲୁଣ୍ଡୁପାଲି ଗାଁର ସନ୍ତୋଷ ନଇ ଓ ତାଙ୍କ ସ୍ତ୍ରୀ ମାନସୀ ସେହି ବାଟ […] The post ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର appeared first on Dharitri Odia News.

ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର

ବିନିକା, ୧୫ା୧୨(ରାମ ଗୋପାଳ ବାଘ): ଝିଅକୁ ଆଜି ବି ଅନେକେ ଅଲୋଡ଼ା ମନେ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳରେ। ଶନିବାର ସକାଳେ ବ୍ଲକ ଅନ୍ତର୍ଗତ ଟୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରୁ ଅଧାପୋତା ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜନ୍ମ ପରେ ଶିଶୁକନ୍ୟାକୁ କେହି ମାଟିରେ ପୋତି ଚାଲି ଯାଇଥିଲେ। ଟୁଲୁଣ୍ଡୁପାଲି ଗାଁର ସନ୍ତୋଷ ନଇ ଓ ତାଙ୍କ ସ୍ତ୍ରୀ ମାନସୀ ସେହି ବାଟ ଦେଇ ଗଲାବେଳେ ଶିଶୁକୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ତାଙ୍କୁ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ସ୍ବତନ୍ତ୍ର ନବଜାତ ଶିଶୁଯତ୍ନ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

ହେଲେ ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର ଦିଲୀପ ପୁରୋହିତ ଓ ଡାକ୍ତର ନନ୍ଦକିଶୋର ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷେ ନିଃସନ୍ତାନ ଥିବା ସନ୍ତୋଷ ଓ ମାନସୀ ଉଦ୍ଧାର କରିଥିବା ଶିଶୁକନ୍ୟାକୁ କୋଳେଇନେବେ ବୋଲି କହିଛନ୍ତି। ଜିଲା ଶିଶୁ ମଙ୍ଗଳ ସମିତି ସଭ୍ୟ ହେମନ୍ତ କୁମାର ସା ଓ ଶାନ୍ତନୁ କର୍ଣ୍ଣ ଡାକ୍ତରଖାନା ଯାଇ ଶିଶୁର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଦାରଖ କରିଛନ୍ତି। ଖବର ପାଇ ବିନିକା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର appeared first on Dharitri Odia News.