ଓଡ଼ିଶା ବିକାଶ ପ୍ରାଧିକରଣରେ ସଂଶୋଧନ ନିୟମ ନେଇ ବିଜ୍ଞପ୍ତି ଜାରି, ହୋଇପାରିବ ସବ ପ୍ଲଟ ବିକ୍ରି

ଭୁବନେଶ୍ୱର : ଓଡ଼ିଶା ବିକାଶ ପ୍ରାଧିକରଣ ଯୋଜନା ଓ ନିର୍ମାଣ ମାନକର ଦ୍ବିତୀୟ ସଂଶୋଧନ ନିୟମ ୨୦୨୫ର ବିଜ୍ଞପ୍ତି ଜାରି। ଏହା ଦ୍ବାରା ଓଡ଼ିଶାରେ କୋଠା ନିର୍ମାଣ ପାଇଁ କିପରି ଯୋଜନା ହେବ, ଅନୁମୋଦନ ଲାଭ କରିବ ଓ ନିର୍ମାଣ ହେବ ସେହି ନିୟମରେ ପରିବର୍ତ୍ତନ ହୋଇଛି। ସହର ସୀମା ବାହାରେ ଥିବା ଇଣ୍ଡଷ୍ଟ୍ରିଆଲ ବିଲଡିଂ ପାଇଁ ରାସ୍ତାର ଚଉଡ଼ା ଅତି କମରେ ୬ମିଟର ହେବା ଆବଶ୍ୟକ । ତେବେ ଇଡକୋ ଏଥିରୁ କିଛି ପ୍ରକଳ୍ପକୁ ବାଦ […] The post ଓଡ଼ିଶା ବିକାଶ ପ୍ରାଧିକରଣରେ ସଂଶୋଧନ ନିୟମ ନେଇ ବିଜ୍ଞପ୍ତି ଜାରି, ହୋଇପାରିବ ସବ ପ୍ଲଟ ବିକ୍ରି appeared first on KNews Odisha.

ଓଡ଼ିଶା ବିକାଶ ପ୍ରାଧିକରଣରେ ସଂଶୋଧନ ନିୟମ ନେଇ ବିଜ୍ଞପ୍ତି ଜାରି, ହୋଇପାରିବ ସବ ପ୍ଲଟ ବିକ୍ରି
plot

ଭୁବନେଶ୍ୱର : ଓଡ଼ିଶା ବିକାଶ ପ୍ରାଧିକରଣ ଯୋଜନା ଓ ନିର୍ମାଣ ମାନକର ଦ୍ବିତୀୟ ସଂଶୋଧନ ନିୟମ ୨୦୨୫ର ବିଜ୍ଞପ୍ତି ଜାରି। ଏହା ଦ୍ବାରା ଓଡ଼ିଶାରେ କୋଠା ନିର୍ମାଣ ପାଇଁ କିପରି ଯୋଜନା ହେବ, ଅନୁମୋଦନ ଲାଭ କରିବ ଓ ନିର୍ମାଣ ହେବ ସେହି ନିୟମରେ ପରିବର୍ତ୍ତନ ହୋଇଛି। ସହର ସୀମା ବାହାରେ ଥିବା ଇଣ୍ଡଷ୍ଟ୍ରିଆଲ ବିଲଡିଂ ପାଇଁ ରାସ୍ତାର ଚଉଡ଼ା ଅତି କମରେ ୬ମିଟର ହେବା ଆବଶ୍ୟକ ।

ତେବେ ଇଡକୋ ଏଥିରୁ କିଛି ପ୍ରକଳ୍ପକୁ ବାଦ ଦେଇପାରେ। ସୁଲଭ ମୂଲ୍ୟରେ ଗୃହ ଆବଶ୍ୟକତା ପାଇଁ ବଡ଼ ଜମିପ୍ଲଟଗୁଡ଼ିକ ନିଜର ୧୦ରୁ ୨୦ ପ୍ରତିଶତ ଜମି ଛୋଟ ଓ ସୁଲଭ ମୂଲ୍ୟର ପ୍ଲଟ ଗୁଡ଼ିକ ପାଇଁ ରଖିବେ। ଯଦି ଜମି ୦.୪ ହେକ୍ଟରରୁ ଏକ ହେକ୍ଟର ମଧ୍ୟରେ ହୋଇଥାଏ ତେବେ ୧୦ ପ୍ରତିଶତ ଜମି ଦେବେ। ଏକ ହେକ୍ଟରରୁ ଅଧିକ ହୋଇଥିଲେ ୨୦ ପ୍ରତିଶତ ଜମି ପ୍ରଦାନ କରିବେ।

ପ୍ଲଟର ବିଭାଜନରେ ପାରିବାରିକ ଓ କିଛି ସରକାରୀ ଅନୁମୋଦିତ ପ୍ଲଟକୁ ଖୋଲାସ୍ଥାନ ନିୟମରୁ ମୁକ୍ତ ରଖାଯାଇଛି। ଯଦି ଲେଆଉଟ ଆପ୍ରୁଭଡ ହୋଇଥାଏ, ତେବେ ପୁଣି ଥରେ ପ୍ଲଟର ବିଭାଜନ ହେଲେ ଅତିରିକ୍ତ ଖୋଲା ସ୍ଥାନ ଛାଡ଼ିବାର ଆବଶ୍ୟକତା ନାହିଁ। ଯଦି ବିନା ଅନୁମୋଦନରେ ଜମି ବିଭାଜିତ ହୋଇଥାଏ ତେବେ ଅନଧିକୃତ ସବ ପ୍ଲଟକୁ ନିୟମିତ କରିବା ପାଇଁ ଉପଯୁକ୍ତ ରାସ୍ତା ସଂଯୋଗ ଥିଲେ ଏହାକୁ ବୈଧ କରିପାରିବେ। ଯଦି ଏହା ଇଡକୋର ସ୍ପେଶାଲ ଏରିଆରେ କରାଯାଇଛି ତେବେ ଏଥିପାଇଁ ଦେୟ ଦେବାକୁ ପଡ଼ିବ।

The post ଓଡ଼ିଶା ବିକାଶ ପ୍ରାଧିକରଣରେ ସଂଶୋଧନ ନିୟମ ନେଇ ବିଜ୍ଞପ୍ତି ଜାରି, ହୋଇପାରିବ ସବ ପ୍ଲଟ ବିକ୍ରି appeared first on KNews Odisha.