ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ

ଭୁବନେଶ୍ୱର,୩୧।୫(ଅନୁରାଧା ମହାରଣା): ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହ ଅନ୍‌ଲାଇନ୍‌ରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ ହେଉଛି। ତେବେ ସାର୍ଟିଫିକେଟରେ କେତେକ ତ୍ରୁଟି ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ସାର୍ଟିଫିକେଟରେ ଅନ୍ୟ କାହାର ଫଟୋ ରହିଛି। ଫଳରେ ପରବର୍ତ୍ତୀ ପାଠପଢ଼ା ଲାଗି ଆବେଦନ କରିବାକୁ ସମ୍ପୃକ୍ତ ଛାତ୍ରଜଣକ ବଞ୍ଚିତ ହୋଇଛନ୍ତି। ସେ ହେଉଛନ୍ତି ଜାଗମରା ଖଣ୍ଡଗିରିସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସ୍ବାଧୀନ ବିଶ୍ୱାଳ। ଏନେଇ ସେ ଚିନ୍ତାରେ ପଡିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର […] The post ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ appeared first on Dharitri Odia News.

ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ

ଭୁବନେଶ୍ୱର,୩୧।୫(ଅନୁରାଧା ମହାରଣା): ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହ ଅନ୍‌ଲାଇନ୍‌ରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ ହେଉଛି। ତେବେ ସାର୍ଟିଫିକେଟରେ କେତେକ ତ୍ରୁଟି ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ସାର୍ଟିଫିକେଟରେ ଅନ୍ୟ କାହାର ଫଟୋ ରହିଛି। ଫଳରେ ପରବର୍ତ୍ତୀ ପାଠପଢ଼ା ଲାଗି ଆବେଦନ କରିବାକୁ ସମ୍ପୃକ୍ତ ଛାତ୍ରଜଣକ ବଞ୍ଚିତ ହୋଇଛନ୍ତି। ସେ ହେଉଛନ୍ତି ଜାଗମରା ଖଣ୍ଡଗିରିସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସ୍ବାଧୀନ ବିଶ୍ୱାଳ। ଏନେଇ ସେ ଚିନ୍ତାରେ ପଡିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଓ ମାର୍କଶିଟ୍‌ ବୋର୍ଡ ଓ୍ବେବ୍‌ସାଇଟ ଏବଂ ହ୍ବାଟ୍ସଆପ୍‌ ମାଧ୍ୟମରେ ଡାଉନ୍‌ଲୋଡ୍‌ କରିପାରୁଛନ୍ତି। ବୁଧବାର ଛାତ୍ର ସ୍ବାଧୀନଙ୍କ ପିତା କୈଳାସ ଚନ୍ଦ୍ର ବିଶ୍ୱାଳ ଡିଜି ଲକରରୁ ପୁଅର ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିଥିଲେ। ଗୁରୁବାର କୌଣସି ଏକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ କରିବାର ଥିଲା। ମାତ୍ର ସାର୍ଟିଫିକେଟରେ ଅନ୍ୟଜଣଙ୍କ ଫଟୋ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫଳରେ ତାଙ୍କ ପୁଅର ପରବର୍ତ୍ତୀ ପାଠପଢ଼ା ପାଇଁ ଆବେଦନ କରିପାରି ନାହାନ୍ତି। ଏନେଇ ବିଦ୍ୟାଳୟ ସହ ଯୋଗାଯୋଗ କରିଥିବା କୈଳାସ କହିଛନ୍ତି। ବିଦ୍ୟାଳୟ ପକ୍ଷରୁ ବୋର୍ଡକୁ ସମସ୍ତ ତଥ୍ୟ ଠିକ୍‌ ଭାବରେ ପ୍ରଦାନ କରାଯାଇଛି। ବିଦ୍ୟାଳୟର ତ୍ରୁଟି ରହିଥିଲେ ପରୀକ୍ଷା ପ୍ରବେଶପତ୍ରରେ ଠିକ୍‌ ଫଟୋ ଆସି ନ ଥାଆନ୍ତା। ବୋର୍ଡ ସହ ଯୋଗାଯୋଗ କରାଯାଇ ୨ରୁ ୩ ଦିନ ମଧ୍ୟରେ ତ୍ରୁଟି ସଂଶୋଧନ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ତରବରିଆ ଭାବେ ଏହି ମାର୍କଶିଟ୍‌ ଓ ସାଟିଫିକେଟ୍‌ ପ୍ରସ୍ତୁତି ଫଳରେ ଏପରି ତ୍ରୁଟି ହୋଇଥାଇପାରେ ବୋଲି କୁହାଯାଉଛି।

The post ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ appeared first on Dharitri Odia News.