ଯେଉଁ ଝିଅକୁ ବାହା ହେବାକୁ ଚାହୁଁଥିଲା ମା ମନା କଲାରୁ ଜୀବନ ନେଇଗଲା ପୁଅ

ଇଏ ପୋଲିସ୍ ପାଖରେ ଜଣେ ପୁଅର ବୟାନ୍ । ଯେଉଁ ଝିଅକୁ ସେ ଭଲ ପାଉଥିଲା ଆଉ ବାହା ହେବାକୁ ଚାହୁଁଥିଲା ମାଆ ସେଥିରେ ରାଜି ହେଲାନି । ତେଣୁ କ୍ଷଣିକରେ ମାଆର ସ୍ନେହ ଭୁଲିଗଲା ଆଉ ସାଜିଲା ମାଆର ହତ୍ୟାକାରୀ । ଏଭଳି ଏକ ଛାତି ଥରାଇ ଦେଲା ଭଳି ଘୃଣ୍ୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ଖ୍ୟାଲା ଥାନା ଅନ୍ତର୍ଗତ ରଘୁବୀର ନଗରରେ ଘଟିଛି ଏଭଳି ମର୍ମାନ୍ତିକ ଘଟଣା । ଗତ […] The post ଯେଉଁ ଝିଅକୁ ବାହା ହେବାକୁ ଚାହୁଁଥିଲା ମା ମନା କଲାରୁ ଜୀବନ ନେଇଗଲା ପୁଅ appeared first on KNews Odisha.

ଯେଉଁ ଝିଅକୁ ବାହା ହେବାକୁ ଚାହୁଁଥିଲା ମା ମନା କଲାରୁ ଜୀବନ ନେଇଗଲା ପୁଅ

ଇଏ ପୋଲିସ୍ ପାଖରେ ଜଣେ ପୁଅର ବୟାନ୍ । ଯେଉଁ ଝିଅକୁ ସେ ଭଲ ପାଉଥିଲା ଆଉ ବାହା ହେବାକୁ ଚାହୁଁଥିଲା ମାଆ ସେଥିରେ ରାଜି ହେଲାନି । ତେଣୁ କ୍ଷଣିକରେ ମାଆର ସ୍ନେହ ଭୁଲିଗଲା ଆଉ ସାଜିଲା ମାଆର ହତ୍ୟାକାରୀ । ଏଭଳି ଏକ ଛାତି ଥରାଇ ଦେଲା ଭଳି ଘୃଣ୍ୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ଖ୍ୟାଲା ଥାନା ଅନ୍ତର୍ଗତ ରଘୁବୀର ନଗରରେ ଘଟିଛି ଏଭଳି ମର୍ମାନ୍ତିକ ଘଟଣା । ଗତ ଶୁକ୍ରବାର ରାତି ପ୍ରାୟ ୮.୩୦ ବେଳକୁ ଥାନାକୁ ଫୋନ୍ ଆସିଲା । ଏଥିରେ ସାବନ ନାମକ ଜଣେ ବ୍ୟକ୍ତି କହିଲା କି ଡକାୟତମାନେ ମୋ ମାଆକୁ ମାରି ଦେଇଛନ୍ତି । ଆଉ ମାଆର କାନଫୁଲ ଲୁଟି ନେଇଛନ୍ତି ।

ଖବର ପାଇ ତୁରନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଲାଗିଲାନି କି ଡକାୟତି ହୋଇଛି । କାରଣ ଘରର ଅନ୍ୟ ସବୁ ଜିନିଷ ଠିକଠାକ୍ ଥିଲା । ତେବେ ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଲା । ପରିବାର ଲୋକ ଏବଂ ପଡ଼ୋଶୀଙ୍କୁ ପଚରା ଉଚରା କଲା । ପୁଣି ଘଟଣା ପଛର କାରଣକୁ ଭଲ ଭାବେ ତର୍ଜମା କଲା । ଏହି ସମୟରେ ମୃତ ମହିଳାଙ୍କ ସାନ ପୁଅ ସାବନର ଆଚରଣ ସନ୍ଦେହଜନକ ଲାଗିଲା । ତା କଥାବାର୍ତ୍ତାରେ ତାଳମେଳ ରହିଲା ନାହିଁ । ତେଣୁ ପୋଲିସ୍ ତାକୁ ପଚରା ଉଚରା କଲା । ପ୍ରଥମେ ତ ସାବନ୍ ମିଛ କହିଲା ତେବେ ପୋଲିସ୍ ଯେତେବେଳେ ନାଲି ଆଖି ଦେଖାଇଲା ସେତେବେଳେ ସବୁ ମାନିଗଲା ସାବନ୍ ।

ରଘୁବୀର ନଗରରେ ରହୁଥିବା ସୁଲୋଚନା ନାମ୍ନୀ ଏହି ମହିଳାଙ୍କ ସ୍ବାମୀ ସେନାରେ ଜଣେ ଲେଫ୍ଯନାଣ୍ଟ ଥିଲେ । ୨୦୧୯ରେ ତାଙ୍କର ପରଲୋକ ହୋଇ ଯାଇଥିଲା । ସୁଲୋଚନା ଦୁଇ ପୁଅଙ୍କ ସହ ରହୁଥିଲେ । ତାଙ୍କ ବଡ଼ ପୁଅର କପିଲର ବାହାଘର ଠିକ୍ ହୋଇ ଯାଇଥିଲା । ୨୬ ବର୍ଷୀୟ କପିଲ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବରେ କାମ କରେ । ଆଉ ୨୨ ବର୍ଷ ବୟସ୍କ ସାନ ପୁଅ ମାଲବୁହା ଗାଡ଼ି ଚଲାଏ । ବଡ଼ଭାଇର ବାହାଘର ଠିକ୍ ହେବା ପରେ ସାବନ ମାଆକୁ କହିଲା କି ସେ ଗୋଟେ ଝିଅକୁ ପସନ୍ଦ କରିଛି ତାକୁ ବାହା ହେବ । ହେଲେ ମାଆ ଏଥିରେ ରାଜିତ ହେଲେ ନାହିଁ ଓଲଟଣା ସାବନକୁ ଗାଳିମନ୍ଦ କଲେ । ପୁଅ ଯେତେ ବୁଝାଇଲା କିଛି ଫରକ ପଡ଼ିଲାନି । ଆହୁରି ମଧ୍ୟ ମାଆ ସୁଲୋଚନା ତାକୁ ଧମକ ଦେଲେ ଯେ ଯଦି ସେ ଝିଅକୁ ତୁ ବାହା ହେଉ ତାହାହେଲେ ତତେ ସମ୍ପତ୍ତିରୁ ବେଦଖଲ କରି ଦେବି । ତେଣୁ ସାବନ୍ ପୂରା ରାଗି ଗଲା । ଜନ୍ମକଲା ମାଆ ପ୍ରତି ତାର ରାଗ ଓ ଘୃଣା ଏତେ ବଢ଼ିଗଲା ଯେ ତାଙ୍କୁ ମାରି ଦେବା ପାଇଁ ଯୋଜନା କଲା । ଏହାପରେ ମାଆକୁ ଛୁରୀ ମାରି ହତ୍ୟା କରିଥିଲା । ତାଙ୍କ କାନରୁ କାନଫୁଲ ଛିଡ଼ାଇ ନେଇଥିଲା । ଆଉ ଘଟଣାକୁ ଡକାୟତିର ରୂପ ଦେବାକୁ ଚେଷ୍ଟା କରିଥିଲା ମାତୃହନ୍ତା । ହେଲେ ସାବନ ପେସାଦାର ଅପରାଧୀ ନଥିବାରୁ ଖୁବ୍ ଶୀଘ୍ର ପୋଲିସ୍ ଆଗରେ ସତ ମାନିଗଲା ।

ସାବନର କହିବା କଥା କି ସେ ଯାହା ରୋଜଗାର କରେ ସବୁ ଆଣି ମାଆକୁ ଦେଇଦିଏ । ତେଣୁ ଯେତେବେଳେ ତା କଥାରେ ମାଆ ରାଜି ହେଲେନି ତାକୁ ବହୁତ ବାଧିଲା ବୋଲି ସେ କହିଛି । ଏହାପରେ ମାଆକୁ ରାସ୍ତାରୁ ସଫା କରି ଦେବାକୁ ଯୋଜନା ବନାଇଲା ପାଷାଣ୍ଡ ପୁଅ । ଗତ ଶୁକ୍ରବାର ଦିନ ପ୍ରାୟ ଅପରାହ୍ନ ସାଢ଼େ ୪ଟା ପରେ ବଡ଼ ଭାଇ ଅଫିସରେ ଥିଲା ବେଳେ ମାଆକୁ ହତ୍ୟା କରିଥିଲା ସାବନ୍ । ହେଲେ କ୍ଷଣିକ ରାଗ ଏବଂ ଉତ୍ତେଜନାରେ ଯେଉଁ କାଣ୍ଡ ଘଟାଇଲା ମାତୃ ହତ୍ୟାକାରୀ ପୁଅ ଏବେ ଜୀବନ ସାରା ଜେଲରେ ସଢ଼ିବ । … ଦୁଇଦିନ ତଳେ ଦିଲ୍ଲୀର ନେବ୍ ସରାଇ ଅଞ୍ଚଳରେ ଗୋଟିଏ ୨୦ ବର୍ଷର ପୁଅ ତାର ବାପା ମାଆ ଓ ଭଉଣୀକୁ ହତ୍ୟା କରିଥିଲା ।… ସତରେ କିଭଳି ଅଘଟଣ ସବୁ ଘଟାଉଛନ୍ତି ଆମ ଯୁବ ପିଢ଼ି । ଭାବିଲେ ଛାତି ଥରି ଉଠୁଛି ।

The post ଯେଉଁ ଝିଅକୁ ବାହା ହେବାକୁ ଚାହୁଁଥିଲା ମା ମନା କଲାରୁ ଜୀବନ ନେଇଗଲା ପୁଅ appeared first on KNews Odisha.