ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ, ଜଣେ ମୃତ ୩ ଗୁରୁତର
ଜଳେଶ୍ୱର : ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ 4 ଜଣ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀଙ୍କ ପରିବାର ଲୋକେ । ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ 3 ଜଣ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ […] The post ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ, ଜଣେ ମୃତ ୩ ଗୁରୁତର appeared first on KNews Odisha.

ଜଳେଶ୍ୱର : ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ 4 ଜଣ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀଙ୍କ ପରିବାର ଲୋକେ । ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ 3 ଜଣ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରି ନେଇ ଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ଯ ଚୋରମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ଆଜି ଅଜୟ ଦାସ ଏବଂ ତାଙ୍କ ଦୁଇ ପୂଅ ତାଙ୍କ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରୀଲୋଚନ ପ୍ରଧା, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ରାସ୍ତା ପାର୍ଶ୍ବରେ ଇଲେକ୍ଟ୍ରିକ ଖୁଣ୍ଟିରେ ବାନ୍ଧି ଲୁହା ରଡ୍ ରେ ନିସ୍ତୁକ ପିଟି ଥିଲେ ।
ଘଟଣା ସ୍ଥଳରେ ତ୍ରିଲୋଚନଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ 3 ଜଣ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୁଅକୁ ପୋଲିସ ଅଟକ ରଖିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ ।
The post ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ, ଜଣେ ମୃତ ୩ ଗୁରୁତର appeared first on KNews Odisha.