ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ, ୟୁନିଫର୍ମର କଲରରେ ରହିବ ସମ୍ବଲପୁରୀ ଛିଟ

ଭୁବନେଶ୍ୱର ୧୧।୧୧ : ବଦଳିଲା ନର୍ସଙ୍କ ଡ୍ରେସ୍‌ କୋଡ୍‌ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ସମସ୍ତ ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।  ଏବେ ରାଜ୍ୟର ସମସ୍ତ ନର୍ସ ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ। ସେହି ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ। ନର୍ସମାନେ ଇଷତ ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ଏହାସହିତ ନର୍ସ ମାନେ ଉଭୟ ଗୋଲାପୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ମଧ୍ୟ ପିନ୍ଧିବେ।  ସେହିପରି ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ପିନ୍ଧିବେ ଧଳା ଶାଢ଼ୀ ଓ ଡ୍ରେସ୍ । ସେଥିରେ ଥିବା ଆପ୍ରନର କଲାର୍ ସମ୍ବଲପୁରୀ ଛିଟ୍ ରହିବ। ବାକି ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ। ଅନ୍ୟପଟେ ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।  

ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ, ୟୁନିଫର୍ମର କଲରରେ ରହିବ ସମ୍ବଲପୁରୀ ଛିଟ

ଭୁବନେଶ୍ୱର ୧୧।୧୧ : ବଦଳିଲା ନର୍ସଙ୍କ ଡ୍ରେସ୍‌ କୋଡ୍‌ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଥିବା ସମସ୍ତ ନର୍ସଙ୍କ ଡ୍ରେସ୍‌ କୋଡ୍‌ରେ ପରିବର୍ତ୍ତନ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।  

ଏବେ ରାଜ୍ୟର ସମସ୍ତ ନର୍ସ ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ। ସେହି ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ। ନର୍ସମାନେ ଇଷତ ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ । ଏହାସହିତ ନର୍ସ ମାନେ ଉଭୟ ଗୋଲାପୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ମଧ୍ୟ ପିନ୍ଧିବେ।  ସେହିପରି ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ପିନ୍ଧିବେ ଧଳା ଶାଢ଼ୀ ଓ ଡ୍ରେସ୍ । ସେଥିରେ ଥିବା ଆପ୍ରନର କଲାର୍ ସମ୍ବଲପୁରୀ ଛିଟ୍ ରହିବ। ବାକି ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ। 

ଅନ୍ୟପଟେ ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜାକେଟର କଲାରରେ ରହିବ ସମ୍ବଲପୁରୀ ଛିଟ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।