ରାହୁଲ ଗାନ୍ଧି, ଶିବ କୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ କୋର୍ଟ ସମନ
ରାଜ୍ୟର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ସମସ୍ତ ୩ ନେତାଙ୍କୁ ମାର୍ଚ୍ଚ ୨୮ରେ ହାଜର ହେବାକୁ ଆଜି ସମନ କରାଯାଇଛି।
କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତାଙ୍କ ଡେପୁଟି ଡିକେ ଶିବକୁମାର ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗୋଟିଏ କୋର୍ଟ ସମନ କରିଛନ୍ତି। ରାଜ୍ୟରେ ପୂର୍ବରୁ କ୍ଷମତା ଥିବା ବିଜେପି ସରକାର ବିରୋଧରେ ଏମାନେ ୪୦% କମିସନି ନାରା ଦେଇ ପ୍ରଚାର କରୁଥିଲେ।
ନିର୍ବାଚନ ବେଳେ ବିଜେପି ସରକାର ସବୁ କାମ ପାଇଁ ୪୦% କମିସନି ନେଉଥିବା କଂଗ୍ରେସ ନେତାମାନେ କହିବା ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଫଟୋ ଦେଇ ପେ’ସିଏମ ପୋଷ୍ଟର ମଧ୍ୟ ଲଗାଇଥିଲେ।
ବିଜେପି ସରକାର କେମିତି ୪୦% କମିସନି କାରବାର କରୁଥିଲା, ତା’ର ତଥ୍ୟ ଦେବାକୁ ଗୋଟିଏ ୱେବସାଇଟ ମଧ୍ୟ କଂଗ୍ରେସ ତିଆରି କରିଥିଲା।
ଏହା ବିରୋଧରେ ବିଜେପି ଲିଗାଲ ୟୁନିଟର ଆଇନଜୀବୀ ବିନୋଦ କୁମାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟ ଏହାର ଶୁଣାଣି କରିଛନ୍ତି। ରାଜ୍ୟର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ସମସ୍ତ ୩ ନେତାଙ୍କୁ ମାର୍ଚ୍ଚ ୨୮ରେ ହାଜର ହେବାକୁ ଆଜି ସମନ କରାଯାଇଛି।
ଗତ ସପ୍ତାହରେ କର୍ଣ୍ଣାଟକା ହାଇକୋର୍ଟ ମଧ୍ୟ ୪୦% କମିସନି ଅଭିଯୋଗର ତଦନ୍ତ ୬ ସପ୍ତାହ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତବର୍ଷ ମେ’ ମାସରେ କଂଗ୍ରେସ କର୍ଣ୍ଣାଟକାରେ କ୍ଷମତା ଦଖଲ କରିଥିଲା।
ଏହାର ୩ ମାସ ପରେ ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର କରିଥିବା ଦୁର୍ନୀତିର ତଦନ୍ତ ପାଇଁ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଥିଲା। ଏବେ ବି ଏହାର ତଦନ୍ତ ଚାଲିଛି।