ସମ୍ଭଲ ଯିବା ଜିଦ୍‌ରେ କଂଗ୍ରେସ୍‌, ଅଟକାଇଲା ପୁଲିସ, ଜୋରଦାର ହଙ୍ଗାମା

ବ୍ୟାରିକେଡ୍ ଉପରେ ଚଢ଼ି କଂଗ୍ରେସ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ସମ୍ଭଲ ଯିବା ଜିଦ୍‌ରେ କଂଗ୍ରେସ୍‌, ଅଟକାଇଲା ପୁଲିସ, ଜୋରଦାର ହଙ୍ଗାମା

ଉତ୍ତରପ୍ରଦେଶର ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଇଛି ପ୍ରଶାସନ। ଏହାରି ଭିତରେ ସମ୍ଭଳ ଯିବା ଜିଦ୍‌ରେ ଅଟଳ ରହିଛିନ୍ତି କଂଗ୍ରେସ ନେତା। ସମ୍ଭଲ ଅଭିମୁଖେ କଂଗ୍ରେସ ପ୍ରତିନିଧିମଣ୍ଡଳ ଯାତ୍ରା କରୁଥିବା ବେଳେ ଲକ୍ଷ୍ନୌ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କୁ ପୁଲିସ ଅଟକାଇ ଦେଇଛି। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଛି।

ଲକ୍ଷ୍ନୌ କଂଗ୍ରେସ ଅଫିସ ବାହାରେ ଧାରଣାରେ ବସିଛନ୍ତି କଂଗ୍ରେସ ନେତା। ଅଫିସ୍‌ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ବ୍ୟାରିକେଡ୍ କରାଯାଇଛି। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ବ୍ୟାରିକେଡ୍ ଉପରେ ଚଢ଼ି କଂଗ୍ରେସ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ ଗାଜିଆବାଦରେ ନାସିମୁଦ୍ଦିନ ସିଦ୍ଦିକିଙ୍କୁ ଅଟକାଇ ଦିଆଯାଇଛି। ଓମକର ସିଂହ କାଟରିଆ, ଫୈଜ ଆଲାମ ଏବଂ ସୁଖରାଜ ସିଂଙ୍କୁ ଆମରୋହା ପୋଲିସ ଗିରଫ କରିଛି। ସେହିପରି କଂଗ୍ରେସ ନେତା ସଚିନ ଚୌଧୁରୀଙ୍କୁ ମୁରାଦାବାଦରେ ଗିରଫ କରାଯାଇଛି।

ସୂଚନା ମୁତାବକ, ସମ୍ବଲ ଯିବା ନିଷ୍ପତ୍ତିକୁ ବାତିଲ କରିବାକୁ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟଙ୍କୁ ପୁଲିସ ନୋଟିସ ଜାରି କରିଥିଲା। ସମ୍ୱାଲରେ ବିଏନଏସର ଧାରା ୧୬୩ ଲାଗୁ ହୋଇଛି। ଏଥିପାଇଁ ସେମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ପୁଲିସ କହିଛି।

ଏହା ସତ୍ତ୍ୱେ, ପ୍ରାୟ ୧୨ଟାରେ ଅଜି ଅଜୟ ରାୟ ଦଳର ଅନ୍ୟ ନେତାଙ୍କ ସହ ଲକ୍ଷ୍ନୌ କଂଗ୍ରେସ ମୁଖ୍ୟାଳୟରୁ ଏକ ବସ୍‌ରେ ବସି ସମ୍ବଲ ଅଭିମୁଖେ ଯାତ୍ରା କରୁଥିବାବେଳେ ପୁଲିସ ତାଙ୍କୁ ଅଟକାଇ ଦେଇଛି। ଏହା ପରେ କଂଗ୍ରେସ କର୍ମୀମାନେ ବିରୋଧ ଆରମ୍ଭ କରିଛନ୍ତି।

ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲ ପ୍ରବେଶ କରିବାକୁ ବାରଣ କରାଯାଇଥିବା ପ୍ରଶାସନର ନିଷ୍ପତ୍ତିକୁ କଂଗ୍ରେସ ନେତା ସମାଲୋଚନା କରିଛନ୍ତି। ପୁଲିସର ଅତ୍ୟାଚାର ଏବଂ ସରକାରୀ ଅନ୍ୟାୟର ପ୍ରତିବାଦ କରିବା ଆବଶ୍ୟକତା ଦର୍ଶାଇ ସେ ଏହି ଯାତ୍ରା ଜାରି ରଖିବାକୁ ଶପଥ ନେଇଛନ୍ତି।