ଏପ୍ରିଲରେ ଭାରତ ଆସୁଛନ୍ତି US ଉପରାଷ୍ଟ୍ରପତି, ପିଏମଙ୍କ ସହ ବୈଠକ, ଆଗ୍ରା-ଜୟପୁର ବି ଯିବେ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ। ଏହି ଗସ୍ତରେ ତାଙ୍କ ସହ ପରିବାର ମଧ୍ୟ ଭାରତ ଆସୁଛନ୍ତି। ପ୍ରଥମ ଥର ଆମେରିକାର ଦ୍ଵିତୀୟ ମହିଳା ଭାରତ ଗସ୍ତ କରିବେ। ଏହି ସମୟରେ ଜେଡି ଭେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ।ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିବୃତ୍ତି ଅନୁଯାୟୀ,  ଜେଡି ଭାନ୍ସ ଏବଂ ତାଙ୍କ ପରିବାର ଏପ୍ରିଲ ୧୮ ରୁ ଏପ୍ରିଲ ୨୪ ପର୍ଯ୍ୟନ୍ତ ଇଟାଲୀ ଏବଂ ଭାରତ ଯାତ୍ରା କରିବେ। ତାଙ୍କ ସହିତ ତାଙ୍କ ପତ୍ନୀ ଉଷା ଏବଂ ସେମାନଙ୍କର ତିନି ସନ୍ତାନ- ଇୱାନ, ବିବେକ ଏବଂ ମୀରାବେଲ ମଧ୍ୟ ରହିବେ ବୋଲି ଆଶା କରାଯାଉଛି। Also read: ଦେଶର ୫୨ତମ CJI ହେବେ ଜଷ୍ଟିସ୍ ଗବାଇ, ଜାଣନ୍ତୁ ଆଇନଜୀବୀରୁ ସୁପ୍ରିମକୋର୍ଟ ଜଜ୍ ଯାଏ ତାଙ୍କ ଯାତ୍ରା...ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଯାତ୍ରା ଏମିତି ସମୟରେ ହେଉଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ଵାରକୁ ନେଇ ସାରା ବିଶ୍ଵ ଚିନ୍ତାରେ ରହିଛି। ବିଶେଷ କରି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଭୀଷଣ ଟ୍ରେଡ ଓ୍ଵାର ବିଶ୍ଵ ବଜାରକୁ ପ୍ରଭାବିତ କରୁଛି।  ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକା ଫାଷ୍ଟ ନୀତିର ସଙ୍କେତ ଦେଇଥିଲେ। ଠିକ୍ ଏହି ସମୟରେ ଉପ ରାଷ୍ଟ୍ରପତି ଜେଡି ଭେନ୍ସଙ୍କ ଭାରତ ଯାତ୍ରା ବହୁତ ଗୁରୁତ୍ଵବହନ କରୁଛି।ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ୨୦୨୫ ସୁଦ୍ଧା

ଏପ୍ରିଲରେ ଭାରତ ଆସୁଛନ୍ତି US ଉପରାଷ୍ଟ୍ରପତି, ପିଏମଙ୍କ ସହ ବୈଠକ, ଆଗ୍ରା-ଜୟପୁର ବି ଯିବେ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ। ଏହି ଗସ୍ତରେ ତାଙ୍କ ସହ ପରିବାର ମଧ୍ୟ ଭାରତ ଆସୁଛନ୍ତି। ପ୍ରଥମ ଥର ଆମେରିକାର ଦ୍ଵିତୀୟ ମହିଳା ଭାରତ ଗସ୍ତ କରିବେ। ଏହି ସମୟରେ ଜେଡି ଭେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ।

ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିବୃତ୍ତି ଅନୁଯାୟୀ,  ଜେଡି ଭାନ୍ସ ଏବଂ ତାଙ୍କ ପରିବାର ଏପ୍ରିଲ ୧୮ ରୁ ଏପ୍ରିଲ ୨୪ ପର୍ଯ୍ୟନ୍ତ ଇଟାଲୀ ଏବଂ ଭାରତ ଯାତ୍ରା କରିବେ। ତାଙ୍କ ସହିତ ତାଙ୍କ ପତ୍ନୀ ଉଷା ଏବଂ ସେମାନଙ୍କର ତିନି ସନ୍ତାନ- ଇୱାନ, ବିବେକ ଏବଂ ମୀରାବେଲ ମଧ୍ୟ ରହିବେ ବୋଲି ଆଶା କରାଯାଉଛି। 

Also read: ଦେଶର ୫୨ତମ CJI ହେବେ ଜଷ୍ଟିସ୍ ଗବାଇ, ଜାଣନ୍ତୁ ଆଇନଜୀବୀରୁ ସୁପ୍ରିମକୋର୍ଟ ଜଜ୍ ଯାଏ ତାଙ୍କ ଯାତ୍ରା...

ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଯାତ୍ରା ଏମିତି ସମୟରେ ହେଉଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ଵାରକୁ ନେଇ ସାରା ବିଶ୍ଵ ଚିନ୍ତାରେ ରହିଛି। ବିଶେଷ କରି ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଭୀଷଣ ଟ୍ରେଡ ଓ୍ଵାର ବିଶ୍ଵ ବଜାରକୁ ପ୍ରଭାବିତ କରୁଛି।  ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକା ଫାଷ୍ଟ ନୀତିର ସଙ୍କେତ ଦେଇଥିଲେ। ଠିକ୍ ଏହି ସମୟରେ ଉପ ରାଷ୍ଟ୍ରପତି ଜେଡି ଭେନ୍ସଙ୍କ ଭାରତ ଯାତ୍ରା ବହୁତ ଗୁରୁତ୍ଵବହନ କରୁଛି।

ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ୨୦୨୫ ସୁଦ୍ଧା ବହୁ କ୍ଷେତ୍ରୀୟ ଦ୍ଵିପାକ୍ଷିକ କାରବାର ରାଜିନାମା ଉପରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚାଲିଛି। ଏହି ଆଲୋଚନାକୁ ଆଗକୁ ବଢାଇବା ପାଇଁ ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ଵାଇଟ୍ ହାଉସ୍‌ରେ ସାକ୍ଷାତ ହୋଇଥିଲା। ଦୁଇ ଦେଶର ଦୀର୍ଘକାଳୀନ ଲକ୍ଷ୍ୟ ହେଉଛି ୨୦୩୦ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ବିଲିୟନ ଡଲାରକୁ ବୃଦ୍ଧି କରିବା।

ସୂଚନାଯୋଗ୍ୟ, ଜେଡି ଭେନ୍ସଙ୍କ ପତ୍ନୀ ଉଷା ଭେନ୍ସଙ୍କ ବାପା-ମାଆ ଆନ୍ଧ୍ର ପ୍ରଦେଶର ବାସିନ୍ଦା ଥିଲେ। ପରବର୍ତ୍ତୀ ସମୟରେ ଆମେରିକା ଯାଇ ସେଠାରେ ରହିଗଲେ। ତାଙ୍କ ମାଆ ଜଣେ ମଲିକ୍ୟୁଲର ବାୟୋଲୋଜିଷ୍ଟ ଓ ବାପା ମେକାନିକାଲ ଇଞ୍ଜିନିୟର। ଏବେ ଉଷା ଭେନ୍ସ ଉପରାଷ୍ଟ୍ରପତିଙ୍କ ପତ୍ନୀ ଭାବେ ଭାରତ ଆସୁଛନ୍ତି। ଏହା ତାଙ୍କ ପାଇଁ ବହୁତ ଖାସ୍ ମୁହୂର୍ତ୍ତ ହେବାକୁ ଯାଉଛି। ଉଷା ନିଜ ସ୍ଵାମୀଙ୍କ ସହ ଦିଲ୍ଲୀ, ଜୟପୁର ଓ ଆଗ୍ରା ଯାତ୍ରା କରିବେ।