ବୃଦ୍ଧଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ପଡ଼ିଆ,୪ା୨(ଭାସ୍କର ରାଓ): ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଥାନା ଅଧୀନ ମଟମଗୁଡ଼ା ନିକଟ ପାଲଗୁଡ଼ା ଗ୍ରାମର ଦେବା ଶବଲମ(୬୫)ଙ୍କ ଗଳା କାଟି ଦୁର୍ବୃତ୍ତ ହତ୍ୟା କରିଛନ୍ତି l ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି l ଗ୍ରାମଠାରୁ ୧ କି.ମି. ଭିତରେ ଥିବା କୁଡ଼ିଆକୁ ଦେବା ସକାଳେ ଯାଇ ଅପରାହ୍ନରେ ଫେରି ଆସନ୍ତି। ଶନିବାର ସେ ଘରକୁ ଫେରି ନ […] The post ବୃଦ୍ଧଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ appeared first on Dharitri Odia News.

ବୃଦ୍ଧଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ପଡ଼ିଆ,୪ା୨(ଭାସ୍କର ରାଓ): ମାଲକାନଗିରି ଜିଲା ସୀମାନ୍ତ ପଡ଼ିଆ ଥାନା ଅଧୀନ ମଟମଗୁଡ଼ା ନିକଟ ପାଲଗୁଡ଼ା ଗ୍ରାମର ଦେବା ଶବଲମ(୬୫)ଙ୍କ ଗଳା କାଟି ଦୁର୍ବୃତ୍ତ ହତ୍ୟା କରିଛନ୍ତି l

ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି l ଗ୍ରାମଠାରୁ ୧ କି.ମି. ଭିତରେ ଥିବା କୁଡ଼ିଆକୁ ଦେବା ସକାଳେ ଯାଇ ଅପରାହ୍ନରେ ଫେରି ଆସନ୍ତି। ଶନିବାର ସେ ଘରକୁ ଫେରି ନ ଥିଲେ। ରବିବାର ସକାଳେ ଦେବାଙ୍କ ସାନ ବୋହୂ ମୁନି ଜମିକୁ କାଠ ଆଣିବାକୁ ଯାଇ ଶ୍ୱଶୁରଙ୍କ ମୃତ ଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଦେବାଙ୍କ ବଡ଼ ପୁଅ ଈଶ୍ୱର ବାପାଙ୍କୁ କେହି ହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୨୯/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ବୃଦ୍ଧଙ୍କ ଗଳା କାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ appeared first on Dharitri Odia News.