ଲାଞ୍ଚ ନେବା ଅଭିଯୋଗରେ ED ଅଧିକାରୀଙ୍କୁ ବନ୍ଧିଲା CBI
ମୁମ୍ବାଇ: ମୁମ୍ବାଇର ଜଣେ ଅଳଙ୍କାର ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ସହକାରୀ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ସିବିଆଇ। ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ୩ ଏବଂ ୪ ରେ ମୁମ୍ବାଇ ସ୍ଥିତ ଅଳଙ୍କାର ପରିସରରେ ଇଡି ସର୍ଚ୍ଚ କରିଥିଲା। ଯାହା ପରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସନ୍ଦୀପ ସିଂ ଯାଦବ ଜୁଏଲରୀର ପୁଅକୁ ଗିରଫ କରିବାକୁ ଧମକ ଦେଇଥିଲେ। ଯଦି ତାଙ୍କୁ ୨୫ ଲକ୍ଷ ଟଙ୍କା ନ […]

ମୁମ୍ବାଇ: ମୁମ୍ବାଇର ଜଣେ ଅଳଙ୍କାର ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ର ସହକାରୀ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ସିବିଆଇ। ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ୩ ଏବଂ ୪ ରେ ମୁମ୍ବାଇ ସ୍ଥିତ ଅଳଙ୍କାର ପରିସରରେ ଇଡି ସର୍ଚ୍ଚ କରିଥିଲା। ଯାହା ପରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସନ୍ଦୀପ ସିଂ ଯାଦବ ଜୁଏଲରୀର ପୁଅକୁ ଗିରଫ କରିବାକୁ ଧମକ ଦେଇଥିଲେ। ଯଦି ତାଙ୍କୁ ୨୫ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ତାଙ୍କ ପୁଅକୁ ଗିରଫ କରାଯିବ ବୋଲି ଇଡିର ସହକାରୀ ଅଧିକାରୀ କହିଥିଲେ। ଆଲୋଚନା ବେଳେ ଏହି ପରିମାଣ ୨୦ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଥିଲା ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି।