ସମ୍ବଲପୁର ସରଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ସମ୍ବଲପୁର : ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ସରଲା ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ର ଗୋଟିଏ ୱାଗନ ଟ୍ରାକ୍ରୁ ବାହାରକୁ ଆସିଯାଇଛି। ତେବେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଖବର ପାଇବା ପରେ ଘଟଣାସ୍ଥଳରେ ବରିଷ୍ଠ ରେଲୱେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମାଲବାହୀ ଟ୍ରେନଟି କଣ ପାଇଁ ଲାଇନଚ୍ୟୁତ ହେଲା ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାଥମିକ ଅନୁସନ୍ଧାନ ପରେ ହିଁ ଘଟଣାର ପ୍ରକୃତ କାରଣ ଜାଣିହେବ ବୋଲି […]

ସମ୍ବଲପୁର : ମଙ୍ଗଳବାର ସମ୍ବଲପୁର ଜିଲ୍ଲାର ସରଲା ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ର ଗୋଟିଏ ୱାଗନ ଟ୍ରାକ୍ରୁ ବାହାରକୁ ଆସିଯାଇଛି। ତେବେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଖବର ପାଇବା ପରେ ଘଟଣାସ୍ଥଳରେ ବରିଷ୍ଠ ରେଲୱେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ମାଲବାହୀ ଟ୍ରେନଟି କଣ ପାଇଁ ଲାଇନଚ୍ୟୁତ ହେଲା ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାଥମିକ ଅନୁସନ୍ଧାନ ପରେ ହିଁ ଘଟଣାର ପ୍ରକୃତ କାରଣ ଜାଣିହେବ ବୋଲି ଅଧିକାରୀମାନେ କହିଛନ୍ତି। ସେପଟେ ଏଡିଆରଏମ୍ ଆନନ୍ଦ ସିଂହ ମାଲବାହୀ ଟ୍ରେନ କାହିଁକି ଲାଇନଚ୍ୟୁତ ହେଲା ତାହାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି। ତେବେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲେ ହେଁ ସେହି ରୁଟ୍ରେ କୌଣସି ଟ୍ରେନ ବାତିଲ ହୋଇନାହିଁ। ଟ୍ରେନ ଲାଇନର ବିଶେଷ କ୍ଷତି ହୋଇନଥିବାରୁ ମରାମତି ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି।