ପୂଜା ପରେ ଏହି ଜିନିଷ କରନ୍ତୁ ନାହିଁ, ପଡ଼ିପାରେ ନକାରାତ୍ମକ ପ୍ରଭାବ…
ସକାଳ ହେଉ ଅବା ସନ୍ଧ୍ୟାରେ ପୂଜା କରିବା ଦ୍ବାରା ମନକୁ ଶାନ୍ତି ମିଳେ। ତେବେ ପୂଜା ପୂର୍ବରୁ ଯେଭଳି କିଛି ନିୟମ ଅଛି, ସେହିପରି ପୂଜା ପରେ ବି କିଛି କାମ ନ କରିବାର ନିୟମ ରହିଛି। -ପୂଜାର ତୁରନ୍ତ ପରେ ନଖ କାଟିବା ଅନୁଚିତ। ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତି ସଞ୍ଚାର ହୁଏ। ପୂଜା ଫଳ ବି ପ୍ରଭାବୀ ହୋଇ ନ ଥାଏ। -ସେହିପରି ପୂଜା ପରେ ପାଦ ଧୋଇବା ଅନୁଚିତ। ଏଭଳି କାର୍ଯ୍ୟ […]

ସକାଳ ହେଉ ଅବା ସନ୍ଧ୍ୟାରେ ପୂଜା କରିବା ଦ୍ବାରା ମନକୁ ଶାନ୍ତି ମିଳେ। ତେବେ ପୂଜା ପୂର୍ବରୁ ଯେଭଳି କିଛି ନିୟମ ଅଛି, ସେହିପରି ପୂଜା ପରେ ବି କିଛି କାମ ନ କରିବାର ନିୟମ ରହିଛି।
-ପୂଜାର ତୁରନ୍ତ ପରେ ନଖ କାଟିବା ଅନୁଚିତ। ଏଭଳି କରିବା ଦ୍ବାରା ନକାରାତ୍ମକ ଶକ୍ତି ସଞ୍ଚାର ହୁଏ। ପୂଜା ଫଳ ବି ପ୍ରଭାବୀ ହୋଇ ନ ଥାଏ।
-ସେହିପରି ପୂଜା ପରେ ପାଦ ଧୋଇବା ଅନୁଚିତ। ଏଭଳି କାର୍ଯ୍ୟ ଭଗବାନଙ୍କ ପ୍ରତି ଅପମାନକୁ ଦର୍ଶାଏ। ଏହାଦ୍ବାରା ଆରାଧନାର ପ୍ରଭାବ କମ୍ ହୋଇଥାଏ। ତେଣୁ କିଛି ସମୟ ପରେ ପାଦ ଧୁଅନ୍ତୁ।
-ଭଗବାନଙ୍କ ପାଖରେ ଲାଗି ହୋଇଥିବା ଭୋଗକୁ ପୂଜା ପରେ ତୁରନ୍ତ ଖାଆନ୍ତୁ ନାହିଁ। ଏହାଦ୍ବାରା ପ୍ରସାଦର ଆଧ୍ୟାତ୍ମିକ ମହତ୍ତ୍ବ ହ୍ରାସ ପାଏ।
-ପୂଜାର ତୁରନ୍ତ ପରେ ଆମିଷ କିମ୍ବା ମଦ୍ୟପାନ କରିବା ଅନୁଚିତ। ଏଭଳି କରିବା ଦ୍ବାରା ଭଗବାନ କୋପ କରନ୍ତି। ପରିବାର ଉପରେ ସଙ୍କଟ ଦେଖା ଦିଏ।