ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ତାଙ୍କର ପରିଚୟ ମିଳିଛି। ସେ ପଞ୍ଜାବ ସଶସ୍ତ୍ର ପୋଲିସ(ପିଏପି) ସାଙ୍ଗରୁରରେ ପୋଷ୍ଟ କରାଯାଇଥିବା ଡିଏସ୍‌ପି ଦଲବୀର ସିଂହ ଦେଓଲ ବୋଲି ଜଣାପଡ଼ିଛି। ତାଙ୍କ ବେକରେ ଗୋଟିଏ ଗୁଳି ଫସି ରହିଥିବା ଦେଖାଯାଇଛି। ପୋଲିସ ଗୁଳିକରି […] The post ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ appeared first on Dharitri Odia News.

ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ତାଙ୍କର ପରିଚୟ ମିଳିଛି। ସେ ପଞ୍ଜାବ ସଶସ୍ତ୍ର ପୋଲିସ(ପିଏପି) ସାଙ୍ଗରୁରରେ ପୋଷ୍ଟ କରାଯାଇଥିବା ଡିଏସ୍‌ପି ଦଲବୀର ସିଂହ ଦେଓଲ ବୋଲି ଜଣାପଡ଼ିଛି। ତାଙ୍କ ବେକରେ ଗୋଟିଏ ଗୁଳି ଫସି ରହିଥିବା ଦେଖାଯାଇଛି। ପୋଲିସ ଗୁଳିକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

ଡିଏସପି ଦଲବୀର ସିଂ ଦେଓଲ ଭାରୋତ୍ତୋଳନରେ ଏସିଆନ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ଏବଂ ପରେ ୨୦୦୦ ରେ ଅର୍ଜୁନ ପୁରସ୍କାର ପାଇଥିଲେ। ଦେଓଲଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କାରଣ ଡିସେମ୍ବର ୧୬ ରେ ଇବ୍ରାହିମ ଖାନ ବସ୍ତି ବାସିନ୍ଦାଙ୍କ ସହ ତାଙ୍କର ଝଗଡା ହୋଇଥିଲା। ସେ ନିଶାସକ୍ତ ଅବସ୍ଥାରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣାରେ ଦେଓଲଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା, କିନ୍ତୁ ପରଦିନ ଦୁଇ ଦଳ ମଧ୍ୟରେ ସମାଧାନ ହେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ଚାରିଆଡୁ ତଦନ୍ତକୁ ଜୋରଦାର କରିଛି।

The post ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ appeared first on Dharitri Odia News.