ଦିଲ୍ଲୀରେ ତାପମାତ୍ରା ୫୨.୩ ଡିଗ୍ରି , ଦେଶରେ ସର୍ବୋଚ୍ଚ
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଦେଶର ସର୍ବୋଚ୍ଚ ତାପମାତ୍ରା ୫୨.୩ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଦିଲ୍ଲୀର ମୁଙ୍ଗେଶପୁରସ୍ଥିତ ଏକ ତାପମାତ୍ରା ମନିଟରିଂ ଷ୍ଟେସନ୍ ଅପରାହ୍ନ ସାଢ଼େ ୨ଟାରେ ଏହି ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଞ୍ଚଳିକ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ତାପମାତ୍ରା ବୃଦ୍ଧିର କାରଣ ସଂକ୍ରାନ୍ତରେ କହିଛନ୍ତି ଯେ ରାଜସ୍ଥାନରୁ ପ୍ରବାହିତ ଗରମ ବାୟୁ ଦ୍ୱାରା ଦିଲ୍ଲୀରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଛି। ଏହି ଗରମ ପବନ ଖରାପ ପାଗକୁ ସାଂଘାତିକ କରିଛି। ମୁଙ୍ଗେଶପୁର, […]

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଦେଶର ସର୍ବୋଚ୍ଚ ତାପମାତ୍ରା ୫୨.୩ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଦିଲ୍ଲୀର ମୁଙ୍ଗେଶପୁରସ୍ଥିତ ଏକ ତାପମାତ୍ରା ମନିଟରିଂ ଷ୍ଟେସନ୍ ଅପରାହ୍ନ ସାଢ଼େ ୨ଟାରେ ଏହି ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଞ୍ଚଳିକ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ତାପମାତ୍ରା ବୃଦ୍ଧିର କାରଣ ସଂକ୍ରାନ୍ତରେ କହିଛନ୍ତି ଯେ ରାଜସ୍ଥାନରୁ ପ୍ରବାହିତ ଗରମ ବାୟୁ ଦ୍ୱାରା ଦିଲ୍ଲୀରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଛି। ଏହି ଗରମ ପବନ ଖରାପ ପାଗକୁ ସାଂଘାତିକ କରିଛି। ମୁଙ୍ଗେଶପୁର, ନରେଲା ଓ ନଜଫଗଡ଼ ଭଳି ଅଞ୍ଚଳରେ ପ୍ରଥମେ ଏହି ଗରମ ପବନ ଯୋଗୁଁ ତାପମାତ୍ରା ଅସ୍ବାଭାବିକ ସ୍ଥିତିରେ ପହଞ୍ଚିଥିଲା। ତାପମାତ୍ରା ପୂର୍ବାନୁମାନଠାରୁ ୯ ଡିଗ୍ରିରୁ ଅଧିକ ଥିଲା ଏବଂ ପାରଦ ୨୦୦୨ର ରେକର୍ଡ ୪୯.୨ ଡିଗ୍ରି ସେଲସିୟସକୁ ଅତିକ୍ରମ କରି ୫୨.୩ରେ ପହଞ୍ଚିଥିଲା। ୩୦ ନିୟୁତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦିଲ୍ଲୀ ପାଇଁ ଆଇଏମ୍ଡି ରେଡ୍ ଆଲର୍ଟ ଜାରି କରିଛି। ସତର୍କ ସୂଚନା ଅନୁଯାୟୀ, ସବୁ ବୟସ ବର୍ଗରେ ଗ୍ରୀଷ୍ମ ଜନିତ ରୋଗ ଓ ହିଟ୍ ଷ୍ଟ୍ରୋକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଅସୁରକ୍ଷିତ ଲୋକଙ୍କ ପାଇଁ ଅତ୍ୟଧିକ ଯତ୍ନର ଆବଶ୍ୟକତା ରହିଛି।
ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ରୀଷ୍ମ ପ୍ରବାହ ଲମ୍ବା ଏବଂ ଅଧିକ ତୀବ୍ର ହେଉଛି । ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜାତୀୟ ରାଜଧାନୀରେ ସର୍ବାଧିକ ୮,୩୦୨ ମେଗାୱାଟ ବିଦ୍ୟୁତ ଚାହିଦା ରହିଥିବା ବେଳେ ଅଧିକରୁ ଅଧିକ ବାସିନ୍ଦା ଏୟାରକଣ୍ଡିସନର ବ୍ୟବହାର କରୁଛନ୍ତି। ଆଜି ରାଜସ୍ଥାନର ଫାଲୋଡିରେ ତାପମାତ୍ରା ୫୧ ଡିଗ୍ରି ସେଲସିୟସ ରହିଥିବା ବେଳେ ହରିୟାଣାର ସିରସାରେ ୫୦.୩ ଡିଗ୍ରି ରେକର୍ଡ ହୋଇଛି ।