ମହାନଦୀରୁ ଛତିଶଗଡ଼ରୁ ଭାସି ଆସିଥିବା ମହିଳା ଉଦ୍ଧାର
ଝାରସୁଗୁଡ଼ା: ମହାନଦୀ ପାଣିରେ ପ୍ରାୟ ୫୦ କିଲୋମିଟର ଭାସି ଆସିବା ପରେ ଝାରସୁଗୁଡ଼ାରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଛତିଶଗଡ଼ର ଜଣେ ମହିଳା। ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ ସରୋଜିନୀ । ସେ ଛତିଶଗଡ଼ ପୁରଥରୁ […]

ଝାରସୁଗୁଡ଼ା: ମହାନଦୀ ପାଣିରେ ପ୍ରାୟ ୫୦ କିଲୋମିଟର ଭାସି ଆସିବା ପରେ ଝାରସୁଗୁଡ଼ାରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଛତିଶଗଡ଼ର ଜଣେ ମହିଳା। ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ ସରୋଜିନୀ । ସେ ଛତିଶଗଡ଼ ପୁରଥରୁ କୌଣସି କାରଣରୁ ମହାନଦୀ ପାଣିରେ ଭାସି ଆସିଥିଲେ ।
ସୂଚନାନୁସାରେ,ଆଜି ସକାଳେ ମତ୍ସ୍ୟଜୀବୀମାନେ ମହାନଦୀକୁ ମାଛ ମାରିବାକୁ ଯାଇଥିବାବେଳେ ମହାନଦୀ ଜଳରେ ମହିଳାଙ୍କୁ ଭାସୁଥିବାର ଦେଖିଥିଲେ । ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର ବେଳେ ତାଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପ୍ରଥମେ ଖାଇବାକୁ ଦେବା ସହ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ଏବେ ସେ ସୁସ୍ଥ ଥିବାବେଳେ ପଲସଦା ଗ୍ରାମର ଲୋକମାନେ ତାଙ୍କୁ ପଚରା ଉଚରା କରୁଛନ୍ତି।