ଶ୍ରୀନଗର ମାର୍କେଟ୍ରେ ଗ୍ରେନେଡ୍ ବିସ୍ଫୋରଣ, ୧୨ ଆହତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରର ଏକ ବ୍ୟସ୍ତବହୁଳ ବଜାର ଅଂଚଳରେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅତି କମ୍ରେ ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ କିଛିଦିନ ହେଲା ବାହାର ରାଜ୍ୟର ଶ୍ରମିକଙ୍କୁ ଟାର୍ଗେଟ୍ କରି ଆତଙ୍କ ସୃଷ୍ଟି କରିଥିବା ବେଳେ ନୂଆ ସରକାର ଗଠନ ହେବାପରେ ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥଳରେ ସ୍ଥାନୀୟ […]

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରର ଏକ ବ୍ୟସ୍ତବହୁଳ ବଜାର ଅଂଚଳରେ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅତି କମ୍ରେ ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ କିଛିଦିନ ହେଲା ବାହାର ରାଜ୍ୟର ଶ୍ରମିକଙ୍କୁ ଟାର୍ଗେଟ୍ କରି ଆତଙ୍କ ସୃଷ୍ଟି କରିଥିବା ବେଳେ ନୂଆ ସରକାର ଗଠନ ହେବାପରେ ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗ୍ରେନେଡ୍ ଆକ୍ରମଣକୁ ଗଭୀର ଚିନ୍ତାଜନକ ବୋଲି ବର୍ଣ୍ଣନା କରିବା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି। ଗତ କିଛି ଦିନ ଧରି ଉପତ୍ୟକାର କେତେକ ଅଂଶରେ ଆକ୍ରମଣ ଓ ଏନ୍କାଉଣ୍ଟର ତୁହାକୁ ତୁହା ଦେଖିବାକୁ ମିଳିଛି। ଶ୍ରୀନଗରର ‘ରବିବାର ବଜାର’ରେ ନିରୀହ ଦୋକାନୀଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ ସହରରେ ଆତଙ୍କ ଖେଳାଇ ଦେଇଥିବା ବେଳେ ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରାବନ୍ଦୀ କରି ତଲାସୀ ଚଳାଇଛି। ଶ୍ରୀନଗରର ଖାନୟାର ଅଞ୍ଚଳରେ ଲସ୍କର-ଏ-ତୋଇବାର ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଥିବାରୁ ଆତଙ୍କବାଦୀମାନେ ହତୋତ୍ସାହ ହୋଇ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି ।