ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା
ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା I ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍ ପ୍ରଭା ଜେନା । ସେହି କଲେଜର ସହକାରୀ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ସ୍ତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଥିଲା। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରାଯାଇଛି। ବିଦ୍ୟୁତପ୍ରଭା ତାଙ୍କ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ଏହି ଲାଞ୍ଚ […]

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା I ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍ ପ୍ରଭା ଜେନା । ସେହି କଲେଜର ସହକାରୀ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ସ୍ତ୍ରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଥିଲା। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରାଯାଇଛି। ବିଦ୍ୟୁତପ୍ରଭା ତାଙ୍କ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ଏହି ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରାପଡ଼ିଛନ୍ତି I ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି I
ସୂଚନାନୁସାରେ, କେରାଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା ସହକାରୀ ଲାଇବ୍ରେରିୟନ ଧିରଜଙ୍କ ଏରିଅର ଟଙ୍କା ପାଇଁ ପ୍ରଥମେ ତାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତୀ ସମୟରେ ୮୦ ହଜାର ଟଙ୍କା ଦେବାକୁ କହିଥିଲେ। ହେଲେ ୫୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା। ଏନେଇ ଧିରଜଙ୍କ ସ୍ତ୍ରୀ ଦିପ୍ତିରାଣିଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଖୋର୍ଦ୍ଧା, ଭୁବନେଶ୍ୱର ଭିଜିଲାନ୍ସ ମିଳିତ ଟିମ୍ ଚଡ଼ାଉ କରିଥିଲେ। ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଭିଜିଲାନ୍ସ ଡିଏସ୍ପି ବ୍ରଜ କିଶୋର ଜେନାଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଏପରିକି