ରେଲୱେରେ ଚାକିରି ସୁଯୋଗ; ୮,୦୦୦ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଭାରତୀୟ ରେଳବାଇରେ ନିଯୁକ୍ତି ବୋର୍ଡ ୮,୦୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କିପରି ଆବେଦନ କରିବେ ଏବଂ କେବେ ପରୀକ୍ଷା ହେବ ଜାଣନ୍ତୁ...

ରେଲୱେରେ ଚାକିରି ସୁଯୋଗ;  ୮,୦୦୦ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ। ରେଲୱେ ନିଯୁକ୍ତି ବୋର୍ଡ (RRB) ୮,୦୦୦ରୁ ଅଧିକ ଟ୍ରାଭେଲ ଟିକେଟ୍ ପରୀକ୍ଷକ(TTE) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ  ଅଫିସିଆଲ୍ ୱେବସାଇଟ୍ indianrailways.gov.in ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା ମେ ମାସରୁ ଆରମ୍ଭ ହୋଇ ଜୁନ ପର୍ଯ୍ୟନ୍ତ ଚାଲିପାରେ। ତେବେ କେବେ ପରୀକ୍ଷା ହେବ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ। ଆବେଦନ ପ୍ରକ୍ରିୟା ସରିବା ପରେ ପରୀକ୍ଷା ତାରିଖ ଘୋଷଣା ହୋଇପାରେ। 

ବୟସ ସୀମା:-

  • ସର୍ବନିମ୍ନ ବୟସ - ୧୮ ବର୍ଷ 
  • ସର୍ବାଧିକ ବୟସ - ୨୮ ବର୍ଷ 

ଦରମା:-

  • TTE ପାଇଁ ଦରମା ୨୭,୪୦୦ରୁ ୪୫,୬୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। 

ଶିକ୍ଷାଗତ ଯୋଗ୍ୟତା:-
ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ମାଟ୍ରିକ୍ କିମ୍ବା +୨ ପାସ୍ କରିଥିବା କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା:-

  • ଲିଖିତ ପରୀକ୍ଷା
  • ଫିଜିକାଲ ଟେଷ୍ଟ
  • ମେଡିକାଲ ଟେଷ୍ଟ

ଆବେଦନ ଶୁଳ୍କ:- 

  • ଜେନେରାଲ୍ ଏବଂ ଓବିସି ବର୍ଗ ପାଇଁ: ୫୦୦ ଟଙ୍କା 
  • SC / ST ବର୍ଗ ପାଇଁ: ୩୦୦ ଟଙ୍କା 

କିପରି ଆବେଦନ କରିବେ:-

  • ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ indianrailways.gov.in ଭିଜିଟ୍ କରନ୍ତୁ।
  • TTE ନିଯୁକ୍ତି ୨୦୨୪ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
  • ଏଠାରେ ଆବଶ୍ୟକୀୟ ଡାଟା ଦେଇ ପରବର୍ତ୍ତୀ ବଟନ୍ ଉପରେ କ୍ଲିକ୍ କରନ୍ତୁ।
  • ଏହାପରେ ଆବେଦନ ଶୁଳ୍କ ପୈଠ କରନ୍ତୁ। 

ଅଧିକ ବିବରଣୀ ପାଇଁ indianrailways.gov.in ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ।