ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର!

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରରେ ଅଧିକାଂଶ ଏକଜିଟ ପୋଲ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ସଦସ୍ୟ କିଙ୍ଗ ମେକର ଭୂମିକାରେ ଉଭା ହେବେ ବୋଲି କୁହାଯାଉଛି। ଏହି କାରଣରୁ ଉପ ରାଜ୍ୟପାଳ ପ୍ରଶାସନ ଦ୍ୱାରା ପାଞ୍ଚ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପ୍ରସ୍ତାବକୁ ନେଇ ବିବାଦ ଲାଗି ରହିଛି। କଂଗ୍ରେସ ଏବଂ ନ୍ୟାଶନାଲ କନଫରେନ୍ସ ଏହାକୁ ଖୋଲାଖୋଲି ବିରୋଧ କରୁଛନ୍ତି। ଏହି ସଦସ୍ୟମାନେ […] The post ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର! appeared first on Dharitri Odia News.

ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର!

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରରେ ଅଧିକାଂଶ ଏକଜିଟ ପୋଲ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ସଦସ୍ୟ କିଙ୍ଗ ମେକର ଭୂମିକାରେ ଉଭା ହେବେ ବୋଲି କୁହାଯାଉଛି। ଏହି କାରଣରୁ ଉପ ରାଜ୍ୟପାଳ ପ୍ରଶାସନ ଦ୍ୱାରା ପାଞ୍ଚ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପ୍ରସ୍ତାବକୁ ନେଇ ବିବାଦ ଲାଗି ରହିଛି। କଂଗ୍ରେସ ଏବଂ ନ୍ୟାଶନାଲ କନଫରେନ୍ସ ଏହାକୁ ଖୋଲାଖୋଲି ବିରୋଧ କରୁଛନ୍ତି।
ଏହି ସଦସ୍ୟମାନେ ବିଧାନସଭାର ପ୍ରଥମ ବୈଠକ ପୂର୍ବରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦ୍ୱାରା ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ଏହି ମନୋନୀତ ସଦସ୍ୟମାନେ ମଧ୍ୟ ଟ୍ରଷ୍ଟ ଭୋଟ ରେ ଭୋଟ ଦେବାର ଅଧିକାର ପାଇବେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ୫ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ମହିଳା, ପିଓକେରୁ ଆସିଥିବା ଜଣେ ଶରଣାର୍ଥୀ, ୨ କଶ୍ମୀର ବିସ୍ଥାପିତ ଏବଂ ଅନ୍ୟ ଜଣେ ରହିବେ। ପ୍ରତ୍ୟେକ ବର୍ଗ ପାଇଁ ୫-୬ନାମ ପଠାଯାଇଛି।
ସୂଚନାନୁସାରେ, ଏଲଜି ଦ୍ୱାରା ମନୋନୀତ ହେବାକୁ ଥିବା ୫ଜଣ ସଦସ୍ୟଙ୍କ ପ୍ରକ୍ରିୟା ଆଜି ସ କିମ୍ବା ଆସନ୍ତାକାଲି ସୁଦ୍ଧା ଶେଷ ହେବ।

The post ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର! appeared first on Dharitri Odia News.