ଭଗବାନ ପ୍ରଧାନ ନଗର ସଭାପତି, ହୁମା ମଣ୍ଡଳ ସଭାପତି ହେଲେ ଧ୍ରୁବ ଚରଣ ପଲାଇ
ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ)-ଗଞ୍ଜାମ ଜିଲା ଭାଜପା ନଗର ସଭାପତି ଭାବେ ଭଗବାନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେହିପରି ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ଉପରେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ପୁଣି ହୁମା ମଣ୍ଡଳ ସଭାପତି ଭାବେ ତାଙ୍କୁ ନିଯୁକ୍ତ କରିଥିବା ଜଣାପଡିଛି l ଏହି ପଦବୀ ନିମନ୍ତେ ଗଞ୍ଜାମ ସହରର ବହୁ ଯୁବନେତା ଆଶାୟୀ ଥିଲେ l ଉଭୟ ନବ ନିଯୁକ୍ତ ସଭାପତିଙ୍କୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସାମାଜିକ ଗଣମାଧ୍ୟମରେ […] The post ଭଗବାନ ପ୍ରଧାନ ନଗର ସଭାପତି, ହୁମା ମଣ୍ଡଳ ସଭାପତି ହେଲେ ଧ୍ରୁବ ଚରଣ ପଲାଇ appeared first on Dharitri Odia News.
ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ)-ଗଞ୍ଜାମ ଜିଲା ଭାଜପା ନଗର ସଭାପତି ଭାବେ ଭଗବାନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେହିପରି ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ଉପରେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ପୁଣି ହୁମା ମଣ୍ଡଳ ସଭାପତି ଭାବେ ତାଙ୍କୁ ନିଯୁକ୍ତ କରିଥିବା ଜଣାପଡିଛି l ଏହି ପଦବୀ ନିମନ୍ତେ ଗଞ୍ଜାମ ସହରର ବହୁ ଯୁବନେତା ଆଶାୟୀ ଥିଲେ l ଉଭୟ ନବ ନିଯୁକ୍ତ ସଭାପତିଙ୍କୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି l
ଅନ୍ୟପଟେ ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ଉଭୟ ନଗର ଓ ମଣ୍ଡଳ ସଭାପତି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲା ସଭାପତି ସରୋଜ ସାବତ ଏବଂ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି l ସହରର ସମସ୍ତ ଯୁବକମାନଙ୍କୁ ନେଇ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ନଗର ସଭାପତି ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l
The post ଭଗବାନ ପ୍ରଧାନ ନଗର ସଭାପତି, ହୁମା ମଣ୍ଡଳ ସଭାପତି ହେଲେ ଧ୍ରୁବ ଚରଣ ପଲାଇ appeared first on Dharitri Odia News.