ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ
ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରକୁ ପରିବର୍ତ୍ତନ କରିବାକୁ ନନ୍ଦଘର ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ବାଜପେୟୀଙ୍କ ସହ ନନ୍ଦଘର ଏକ ଜାତୀୟ ଆନ୍ଦୋଳନ ‘ଅଗର ବଚ୍ପନ ସେ ପୁଛା ଖାନା ଖାୟା ତୋ, ଦେଶ୍କା କଲ୍ ବନେଗା’ ଉନ୍ମୋଚନ କରିଛି। ନନ୍ଦଘରର ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ସ୍ବାସ୍ଥ୍ୟସେବା, ଗୁଣାତ୍ମକ ପୋଷଣ ଏବଂ […] The post ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ appeared first on Dharitri Odia News.
ଭୁବନେଶ୍ୱର,୩।୫:ବେଦାନ୍ତ ଗ୍ରୁପ୍ର ସ୍ବତନ୍ତ୍ର ପ୍ରକଳ୍ପ ‘ନନ୍ଦଘର’ ଆନ୍ଦୋଳନରେ ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ସାମିଲ ହୋଇଛନ୍ତି। ଏପରିକି ସମଗ୍ର ଭାରତରେ ପ୍ରାୟ ୧୪ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରକୁ ପରିବର୍ତ୍ତନ କରିବାକୁ ନନ୍ଦଘର ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ବାଜପେୟୀଙ୍କ ସହ ନନ୍ଦଘର ଏକ ଜାତୀୟ ଆନ୍ଦୋଳନ ‘ଅଗର ବଚ୍ପନ ସେ ପୁଛା ଖାନା ଖାୟା ତୋ, ଦେଶ୍କା କଲ୍ ବନେଗା’ ଉନ୍ମୋଚନ କରିଛି। ନନ୍ଦଘରର ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସାମଗ୍ରିକ ସ୍ବାସ୍ଥ୍ୟସେବା, ଗୁଣାତ୍ମକ ପୋଷଣ ଏବଂ ପିଲାମାନଙ୍କ ପାଇଁ ସର୍ବୋତ୍ତମ ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରି ଭାରତର ଭବିଷ୍ୟତ ପିଢ଼ିକୁ ପୋଷଣ ଦେବା।
ଏ ସମ୍ପର୍କରେ ବେଦାନ୍ତ ଗ୍ରୁପ୍ର ଚେୟାରମ୍ୟାନ (ଅଧ୍ୟକ୍ଷ) ଅନୀଲ ଅଗ୍ରୱାଲ କହିଛନ୍ତି, ପ୍ରକଳ୍ପ ନନ୍ଦଘର ହେଉଛି ଏକ ଜାତୀୟ ଆନ୍ଦୋଳନ, ଯାହା ଶିଶୁ ଏବଂ ମହିଳାଙ୍କ ସାମଗ୍ରିକ କଲ୍ୟାଣକୁ ସମର୍ଥନ ସହ ସ୍ବାସ୍ଥ୍ୟ ଏବଂ ପୋଷଣ ଉପରେ ବିଶେଷ ଧ୍ୟାନ ଦେଇଥାଏ। ଏପରିକି ମନୋଜ ଏହି ବଢୁଥିବା ଆନ୍ଦୋଳନକୁ ସମର୍ଥନ କରିଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ତାଙ୍କ ବ୍ୟକ୍ତିଗତ ଜୀବନ କାହାଣୀ ନନ୍ଦଘରର ଉଦ୍ଦେଶ୍ୟ ‘ଭବିଷ୍ୟତ ପିଢ଼ିର ଜୀବନକୁ ପୋଷଣ ଓ ପରିବର୍ତ୍ତନ’କୁ ଗଭୀର ଭାବେ ପ୍ରତିଧ୍ୱନିତ କରୁଛି।
The post ନନ୍ଦଘର ଆନ୍ଦୋଳନରେ ମନୋଜ ବାଜପେୟୀ appeared first on Dharitri Odia News.