ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ ଚାଳିତ ସ୍କୁଟି ଜଳିଯାଇଛି। ସୈାଭାଗ୍ୟ ବଶତଃ ବାପା-ଝିଅ ଅଳ୍ପକେ ବଞ୍ଚିଯାଇଛନ୍ତି। ଆଜି ସ୍ଥାନୀୟ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଗ୍ରାମର ରଞ୍ଜନ କୁମାର ବେହେରା ଟିଉସନ ପାଇଁ ଝିଅ ଚର୍ଚ୍ଚିକା ପ୍ରିୟଦର୍ଶନୀ ବେହେରାକୁ ଧରି ଅପରାହ୍ନ ୪ଟାବେଳେ ପଦ୍ମପୁର ଅଭିମୁଖେ ଯାଉଥିଲେ। ସେତେବେଳେ ହଠାତ୍‌ ଗାଡିରୁ ଧୂଆଁ ବାହାରିବାରୁ ଦୁହେଁ ଗାଡିରୁ […] The post ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି appeared first on Dharitri Odia News.

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ ଚାଳିତ ସ୍କୁଟି ଜଳିଯାଇଛି। ସୈାଭାଗ୍ୟ ବଶତଃ ବାପା-ଝିଅ ଅଳ୍ପକେ ବଞ୍ଚିଯାଇଛନ୍ତି। ଆଜି ସ୍ଥାନୀୟ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ତକାପ ଗ୍ରାମର ରଞ୍ଜନ କୁମାର ବେହେରା ଟିଉସନ ପାଇଁ ଝିଅ ଚର୍ଚ୍ଚିକା ପ୍ରିୟଦର୍ଶନୀ ବେହେରାକୁ ଧରି ଅପରାହ୍ନ ୪ଟାବେଳେ ପଦ୍ମପୁର ଅଭିମୁଖେ ଯାଉଥିଲେ। ସେତେବେଳେ ହଠାତ୍‌ ଗାଡିରୁ ଧୂଆଁ ବାହାରିବାରୁ ଦୁହେଁ ଗାଡିରୁ ଓଲ୍ଲାଇ ପଡିଥିଲେ। କିଛି ସମୟ ପରେ ସ୍କୁଟି ଜଳିଯାଇଥିଲା। କେନ୍ଦୁଝର ଅଗ୍ନିଶମ ବିଭାଗ କର୍ମଚାରୀ ଖବରପାଇ ନିଆଁକୁ ଆୟତ୍ତ କରିଥିଲେ। ଏ ନେଇ ରଞ୍ଜନ ସଦର ଥାନାରେ ଓକିନାୱା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସୁରକ୍ଷାବୀମା ପ୍ରଦାନ କରିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

The post ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି appeared first on Dharitri Odia News.