ପ୍ୟାରିସ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ, ଶୁଟର ସ୍ୱପ୍ନିଲ ଆଣିଲେ ବ୍ରୋଞ୍ଜ

୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲରେ ବ୍ରୋଞ୍ଜ ଜିତିଛନ୍ତି ସ୍ୱପ୍ନିଲ କୁଶାଲେ।

ପ୍ୟାରିସ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ, ଶୁଟର ସ୍ୱପ୍ନିଲ ଆଣିଲେ ବ୍ରୋଞ୍ଜ

ପ୍ୟାରିସ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଫାଇନାଲ ମୁକାବିଲାରେ ବ୍ରୋଞ୍ଜ ଜିତିଛି ଭାରତ। ଶୁଟର ସ୍ୱପ୍ନିଲ କୁଶାଲେ ଏହି ବିଜୟ ଭେଟି ଦେଇଛନ୍ତି।

ଏହି ବିଜୟ ସହ ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ ମଧ୍ୟ ଭାରତକୁ ଦୁଇଟି ବ୍ରୋଞ୍ଜ ମିଳିଥିଲା। ୧୦ ମିଟର ଏୟାର ପିସ୍ତଲ ମହିଳା ବର୍ଗରେ ମନୁ ଭାକର ପ୍ରଥମ ଭ୍ରୋଞ୍ଜ ଭେଟି ଦେଇଥିଲେ।

ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଭାରତକୁ ବ୍ରୋଞ୍ଜ ମିଳିଥିଲା। ମିକ୍ସଡ ଇଭେଣ୍ଟରେ ମଧ୍ୟ ମନୁ ଭାକର ସାମିଲ ଥିଲେ। ସେ ଓ ସରବଜୋତ ସିଂହ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇଥିଲେ।

ବର୍ତ୍ତମାନ ସୁଦ୍ଧା କେବଳ ଶୁଟିଂରେ ମେଡାଲ ଆସି ଥିବାବେଳେ ଅନ୍ୟ ଇଭେଣ୍ଟ ଉପରେ ନଜର ରହିଛି। ଆଜି ଇଭେଣ୍ଟର ଷଷ୍ଠ ଦିନରେ ହକି, ତୀରନ୍ଦାଜୀ, ଦୌଡକୁଦ ଓ ଅନ୍ୟାନ୍ୟ ପ୍ରତିଯୋଗିତା ରହିଛି।