ଆକ୍ସନ ମୋଡ଼ରେ ବିଜେପି, ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର ୧୫।୦୭ : ଆକ୍ସନ ମୋଡ଼ରେ ବିଜେପି । ଲୋକଙ୍କ ଦୁଃଖ ଏବଂ ଆଉ ସମସ୍ୟା ଶୁଣିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖାର ନୂଆ ଉପାୟ । ଏଣିକି ବିଜେପି ରାଜ୍ୟରେ ହେବ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଯେଉଁଥିରେ ଯୋଗଦେବେ ରାଜ୍ୟ ବିଜେପି ବରିଷ୍ଠ ନେତା ଏବଂ କର୍ମୀ । ଖବର ଅନୁଯାୟୀ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଏବଂ ସ୍ୱାସ୍ଥ୍ୟ ମନ୍ତୀ ମୁକେଶ ମହାଲିଙ୍ଗ କରୁଛନ୍ତି ଲୋକଙ୍କ ଅଭିଯାଗର ଶୁଣାଣି। ଏହାସହିତ ଏହି ଅଭିଯୋଗ ଶୁଣାଣିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମଧ୍ୟ ଉପସ୍ଥିତ ରହିଛନ୍ତି । ଆଉ ଜନସାଧାରଣ ନେଇ ଆସିଥିବା ଅଭିଯୋଗ ଶୁଣାଣି ହୋଇଛି । ତେବେ ଅଭିଯୋଗ ଶୁଣାଣି ସଂପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ,  ଏଣିକି ପ୍ରତି ସୋମବାର ଦୁଇ ଜଣ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଦଳୀୟ କର୍ମୀ, ଶୁଭେଚ୍ଛୁ ଏବଂ ସାଧାରଣ ଲୋକ ଆସିପାରିବେ ।Also Read- ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ସହ ହିନ୍ଦୁ ଆସ୍ଥାକୁ ସମ୍ମାନ ମିଳିଛି, ରତ୍ନ ଭଣ୍ଡାର ଖୋଲିବା ଉପରେ କହିଲେ ଧର୍ମେନ୍ଦ୍ର ପ୍ରଧାନଲୋକଙ୍କ ଯେକୌଣସି ସମସ୍ୟା କିମ୍ବା ଅଭିଯୋଗ ଥିବା, ତାହା ଆମେ ନେତା କିମ୍ବା କର୍ମୀଙ୍କ ଆଗରେ କହିପାରିବେ । ଅଭିଯୋଗ ଶୁଣିବ

ଆକ୍ସନ ମୋଡ଼ରେ ବିଜେପି,  ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର ୧୫।୦୭ : ଆକ୍ସନ ମୋଡ଼ରେ ବିଜେପି । ଲୋକଙ୍କ ଦୁଃଖ ଏବଂ ଆଉ ସମସ୍ୟା ଶୁଣିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖାର ନୂଆ ଉପାୟ । ଏଣିକି ବିଜେପି ରାଜ୍ୟରେ ହେବ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଯେଉଁଥିରେ ଯୋଗଦେବେ ରାଜ୍ୟ ବିଜେପି ବରିଷ୍ଠ ନେତା ଏବଂ କର୍ମୀ । 


ଖବର ଅନୁଯାୟୀ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଏବଂ ସ୍ୱାସ୍ଥ୍ୟ ମନ୍ତୀ ମୁକେଶ ମହାଲିଙ୍ଗ କରୁଛନ୍ତି ଲୋକଙ୍କ ଅଭିଯାଗର ଶୁଣାଣି। ଏହାସହିତ ଏହି ଅଭିଯୋଗ ଶୁଣାଣିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମଧ୍ୟ ଉପସ୍ଥିତ ରହିଛନ୍ତି । ଆଉ ଜନସାଧାରଣ ନେଇ ଆସିଥିବା ଅଭିଯୋଗ ଶୁଣାଣି ହୋଇଛି । ତେବେ ଅଭିଯୋଗ ଶୁଣାଣି ସଂପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ,  ଏଣିକି ପ୍ରତି ସୋମବାର ଦୁଇ ଜଣ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଦଳୀୟ କର୍ମୀ, ଶୁଭେଚ୍ଛୁ ଏବଂ ସାଧାରଣ ଲୋକ ଆସିପାରିବେ ।

Also Read- ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କ ଅସ୍ମିତା ସହ ହିନ୍ଦୁ ଆସ୍ଥାକୁ ସମ୍ମାନ ମିଳିଛି, ରତ୍ନ ଭଣ୍ଡାର ଖୋଲିବା ଉପରେ କହିଲେ ଧର୍ମେନ୍ଦ୍ର ପ୍ରଧାନ

ଲୋକଙ୍କ ଯେକୌଣସି ସମସ୍ୟା କିମ୍ବା ଅଭିଯୋଗ ଥିବା, ତାହା ଆମେ ନେତା କିମ୍ବା କର୍ମୀଙ୍କ ଆଗରେ କହିପାରିବେ । ଅଭିଯୋଗ ଶୁଣିବା ପରେ ସେମାନଙ୍କ ନ୍ୟାୟ ଦେବାକୁ ସବୁ ପ୍ରକାର ପ୍ରୟାସ କରାଯିବ । ଏହାସହିତ ସେମାନଙ୍କ ସମସ୍ତର ତୁରନ୍ତ ସମାଧାନ କରିବାକୁ ମଧ୍ୟ ଉଦ୍ୟମ କରାଯିବ ।