ସେୟାର ବଜାର ଧରାସାୟୀ ! ୧୦୫୩ ଅଙ୍କ ଖସିଲା ସେନସେକ୍ସ, ୨୧୨୫୦ ପଏଣ୍ଟ ତଳେ ନିଫ୍ଟି

ନୂଆଦିଲ୍ଲୀ: ବଡ଼ ବୃଦ୍ଧି ସହ ଦିନର କାରବାର ଆରମ୍ଭ କରିଥିବା ଘରୋଇ ପୁଞ୍ଜି କରାବର ଶେଷ ବେଳକୁ ନିବେଶକଙ୍କୁ କନ୍ଦାଇଛି । ଏଚଡିଏଫସି ବ୍ୟାଙ୍କର ସେୟାର ମୂଲ୍ୟରେ ଲଗାତାର ହ୍ରାସ ଯୋଗୁ ଘରୋଇ ଇକ୍ୟୁଟି ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ଧରାସାୟୀ ହୋଇଛି । ସେନସେକ୍ସ ୭୦,୪୦୦ ସ୍ତରରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୧,୨୫୦ ତଳକୁ ଖସି ଆସିଛି । ଫାର୍ମା ସେୟାରଗୁଡିକ ଆଜି ମାର୍କେଟକୁ ସମ୍ଭାବଳିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଅନ୍ୟ କୌଣସି ସେକ୍ଟରରୁ ସପୋର୍ଟ ମିଳିଲା ନାହିଁ । ମାର୍କେଟରେ ଆଜିର ହ୍ରାସ ଯୋଗୁଁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ୮.୩୭ ଲକ୍ଷ କୋଟି ଟଙ୍କା କମିଛି । ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ସେନସେକ୍ସ ଆଜି ୧୦୫୩.୧୦ ଅଙ୍କ ବା ୧.୪୭ ପ୍ରତିଶତ କମି ୭୦,୩୭୦.୫୫ ଏବଂ ନିଫ୍ଟି ୩୩୩ ପଏଣ୍ଟ ବା ୧.୫୪ ପ୍ରତିଶତ ତଳକୁ ଖସି ୨୧,୨୩୮.୮୦ ପ୍ରତିଶତରେ ବନ୍ଦ ହୋଇଛି । ସେକ୍ଟୋରାଲ ଇଣ୍ଡେକ୍ସରେ ଆଜି ନିଫ୍ଟିର ଫାର୍ମା ଏବଂ ହେଲ୍ଥକେୟାର ସୂଚକାଙ୍କ ହିଁ ସବୁଜ ସଂକେତରେ ବନ୍ଦ ହୋଇଛି । ନିଫ୍ଟି ବ୍ୟାଙ୍କ ଆଜି ୨.୨୬ ପ୍ରତିଶତ ଦୁର୍ବଳ ହୋଇଛି । ପଢନ୍ତୁ: ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ ବଜାରରେ ମଙ୍ଗଳବାର ହ୍ରାସ ଯୋଗୁ ନିବେଶକଙ୍କୁ ପଞ୍ଜିରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ପୂର୍ବ

ସେୟାର ବଜାର ଧରାସାୟୀ ! ୧୦୫୩ ଅଙ୍କ ଖସିଲା ସେନସେକ୍ସ, ୨୧୨୫୦ ପଏଣ୍ଟ ତଳେ ନିଫ୍ଟି

ନୂଆଦିଲ୍ଲୀ: ବଡ଼ ବୃଦ୍ଧି ସହ ଦିନର କାରବାର ଆରମ୍ଭ କରିଥିବା ଘରୋଇ ପୁଞ୍ଜି କରାବର ଶେଷ ବେଳକୁ ନିବେଶକଙ୍କୁ କନ୍ଦାଇଛି । ଏଚଡିଏଫସି ବ୍ୟାଙ୍କର ସେୟାର ମୂଲ୍ୟରେ ଲଗାତାର ହ୍ରାସ ଯୋଗୁ ଘରୋଇ ଇକ୍ୟୁଟି ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ଧରାସାୟୀ ହୋଇଛି । ସେନସେକ୍ସ ୭୦,୪୦୦ ସ୍ତରରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୧,୨୫୦ ତଳକୁ ଖସି ଆସିଛି । ଫାର୍ମା ସେୟାରଗୁଡିକ ଆଜି ମାର୍କେଟକୁ ସମ୍ଭାବଳିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଅନ୍ୟ କୌଣସି ସେକ୍ଟରରୁ ସପୋର୍ଟ ମିଳିଲା ନାହିଁ । ମାର୍କେଟରେ ଆଜିର ହ୍ରାସ ଯୋଗୁଁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ୮.୩୭ ଲକ୍ଷ କୋଟି ଟଙ୍କା କମିଛି ।

ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ସେନସେକ୍ସ ଆଜି ୧୦୫୩.୧୦ ଅଙ୍କ ବା ୧.୪୭ ପ୍ରତିଶତ କମି ୭୦,୩୭୦.୫୫ ଏବଂ ନିଫ୍ଟି ୩୩୩ ପଏଣ୍ଟ ବା ୧.୫୪ ପ୍ରତିଶତ ତଳକୁ ଖସି ୨୧,୨୩୮.୮୦ ପ୍ରତିଶତରେ ବନ୍ଦ ହୋଇଛି । ସେକ୍ଟୋରାଲ ଇଣ୍ଡେକ୍ସରେ ଆଜି ନିଫ୍ଟିର ଫାର୍ମା ଏବଂ ହେଲ୍ଥକେୟାର ସୂଚକାଙ୍କ ହିଁ ସବୁଜ ସଂକେତରେ ବନ୍ଦ ହୋଇଛି । ନିଫ୍ଟି ବ୍ୟାଙ୍କ ଆଜି ୨.୨୬ ପ୍ରତିଶତ ଦୁର୍ବଳ ହୋଇଛି ।

ପଢନ୍ତୁ: ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ

ବଜାରରେ ମଙ୍ଗଳବାର ହ୍ରାସ ଯୋଗୁ ନିବେଶକଙ୍କୁ ପଞ୍ଜିରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ପୂର୍ବ କାରବାର ଦିନ ଜାନୁଆରୀ ୨୦ରେ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ୩୭୪.୪୧ ଲକ୍ଷ କୋଟି ଟଙ୍କା ଥିଲା । ଯାହା ଆଜି କମି ୩୬୬.୦୪ ଲକ୍ଷ କୋଟି ଟଙ୍କା ହୋଇଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କୁ ୮.୩୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

The post ସେୟାର ବଜାର ଧରାସାୟୀ ! ୧୦୫୩ ଅଙ୍କ ଖସିଲା ସେନସେକ୍ସ, ୨୧୨୫୦ ପଏଣ୍ଟ ତଳେ ନିଫ୍ଟି appeared first on Prameya News7.