ଜ୍ଞାନବ୍ୟାପୀ ସ୍ଥାନରେ ରହିଥିଲା ହିନ୍ଦୁ ମନ୍ଦିର, ଏଏସଆଇ ରିପୋର୍ଟରୁ ମିଳିଲା ପ୍ରମାଣ: ହିନ୍ଦୁ ପକ୍ଷ
ନୂଆଦିଲ୍ଲୀ: ସାର୍ବଜନୀନ ହୋଇଛି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ୍ରେ ଏଏସଆଇ କରିଥିବା ସର୍ଭେ ରିପୋର୍ଟ। ହିନ୍ଦୁ ଏବଂ ମୁସଲିମ୍ ପକ୍ଷଙ୍କ ସହ ସମୁଦାୟ ନଅ ଜଣ ରିପୋର୍ଟର କପି ପାଇଁ ଆବେଦନ କରିଥିଲେ। ଯେଉଁଥରୁ ପାଞ୍ଚ ଜଣକୁ ଗୋଟିଏ ଗୋଟିଏ କପି ମିଳିଛି। ୮୩୯ ପୃଷ୍ଠାର ଏହି ରିପୋର୍ଟରେ, ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ଦ୍ବାରା ୯୨ ଦିନ ଧରି କରାଯାଇଥିବା ସର୍ଭେରେ ମିଳିଥିବା ପ୍ରମାଣର ଉଲ୍ଲେଖ ରହିଛି। ଯାହାପରେ ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଜୈନ ଦାବି କରିଛନ୍ତି ଯେ, ଜ୍ଞାନବ୍ୟାପୀର ପଶ୍ଚିମ କାନ୍ଥ ହିନ୍ଦୁ ମନ୍ଦିରର ଅଂଶ। ରିପୋର୍ଟ ମିଳିବା ପରେ ବିଷ୍ଣୁ ଜୈନ ଗଣମାଧ୍ୟମରେ କହିଛନ୍ତି ଯେ, ସର୍ଭେ ସମୟରେ ଜ୍ଞାନବ୍ୟାପୀ ମସଜିଦ୍ରେ ସ୍ବସ୍ତିକ ଚିହ୍ନ, ନାଗ ଦେବାତଙ୍କ ଚିହ୍ନ, ପଦ୍ମ ଫୁଲ ଚିହ୍ନ, ଘଣ୍ଟି ଚିହ୍ନ, ଓମ୍ ଚିହ୍ନ, ବିଖଣ୍ଡିତ ହିନ୍ଦୁ ଦେବୀ ଦେବତାଙ୍କ ମୂର୍ତ୍ତି ବହୁ ମାତ୍ରାରେ ସଂଖ୍ୟା ମିଳିଛି। ମନ୍ଦିରର ଭଗ୍ନ ସ୍ତମ୍ଭର ଅବଶେଷ ମିଳିଛି। ଭିତର ସ୍ତମ୍ଭରେ ହିନ୍ଦୁ ମନ୍ଦିରର ସ୍ତମ୍ଭ ଥିଲା ଯାହାକୁ ପରେ ପ୍ଲାଷ୍ଟର ଆଦିରେ କିଛି ମାତ୍ରାରେ ପରିବର୍ତ୍ତନ କରାଯାଇଛି। #WATCH | Advocate of the Hindu side, Sudhir Tripathi says, "...ASI in its report has clearly stated everything. The report talks about the pillars & the western wall. Sculptures of Hindu deities a
ନୂଆଦିଲ୍ଲୀ: ସାର୍ବଜନୀନ ହୋଇଛି ବାରଣାସୀର ଜ୍ଞାନବ୍ୟାପୀ ମସଜିଦ୍ରେ ଏଏସଆଇ କରିଥିବା ସର୍ଭେ ରିପୋର୍ଟ। ହିନ୍ଦୁ ଏବଂ ମୁସଲିମ୍ ପକ୍ଷଙ୍କ ସହ ସମୁଦାୟ ନଅ ଜଣ ରିପୋର୍ଟର କପି ପାଇଁ ଆବେଦନ କରିଥିଲେ। ଯେଉଁଥରୁ ପାଞ୍ଚ ଜଣକୁ ଗୋଟିଏ ଗୋଟିଏ କପି ମିଳିଛି। ୮୩୯ ପୃଷ୍ଠାର ଏହି ରିପୋର୍ଟରେ, ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ଦ୍ବାରା ୯୨ ଦିନ ଧରି କରାଯାଇଥିବା ସର୍ଭେରେ ମିଳିଥିବା ପ୍ରମାଣର ଉଲ୍ଲେଖ ରହିଛି। ଯାହାପରେ ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଜୈନ ଦାବି କରିଛନ୍ତି ଯେ, ଜ୍ଞାନବ୍ୟାପୀର ପଶ୍ଚିମ କାନ୍ଥ ହିନ୍ଦୁ ମନ୍ଦିରର ଅଂଶ।
ରିପୋର୍ଟ ମିଳିବା ପରେ ବିଷ୍ଣୁ ଜୈନ ଗଣମାଧ୍ୟମରେ କହିଛନ୍ତି ଯେ, ସର୍ଭେ ସମୟରେ ଜ୍ଞାନବ୍ୟାପୀ ମସଜିଦ୍ରେ ସ୍ବସ୍ତିକ ଚିହ୍ନ, ନାଗ ଦେବାତଙ୍କ ଚିହ୍ନ, ପଦ୍ମ ଫୁଲ ଚିହ୍ନ, ଘଣ୍ଟି ଚିହ୍ନ, ଓମ୍ ଚିହ୍ନ, ବିଖଣ୍ଡିତ ହିନ୍ଦୁ ଦେବୀ ଦେବତାଙ୍କ ମୂର୍ତ୍ତି ବହୁ ମାତ୍ରାରେ ସଂଖ୍ୟା ମିଳିଛି। ମନ୍ଦିରର ଭଗ୍ନ ସ୍ତମ୍ଭର ଅବଶେଷ ମିଳିଛି। ଭିତର ସ୍ତମ୍ଭରେ ହିନ୍ଦୁ ମନ୍ଦିରର ସ୍ତମ୍ଭ ଥିଲା ଯାହାକୁ ପରେ ପ୍ଲାଷ୍ଟର ଆଦିରେ କିଛି ମାତ୍ରାରେ ପରିବର୍ତ୍ତନ କରାଯାଇଛି।
#WATCH | Advocate of the Hindu side, Sudhir Tripathi says, "...ASI in its report has clearly stated everything. The report talks about the pillars & the western wall. Sculptures of Hindu deities and carved architectural were found on the walls..." pic.twitter.com/k3atwXWG8Z— ANI (@ANI) January 25, 2024
'ସର୍ଭେରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ'
ବିଷ୍ଣୁ ଜୈନ କହିଛନ୍ତି, ଜିପିଆରଏସ ଦ୍ବାରା ସର୍ଭେ ହୋଇଛି। ଏଥିରେ ବିଖଣ୍ଡିତ ଶିବଲିଙ୍ଗ ମିଳିଛି। ଫଟୋଗ୍ରାଫୀ, ଭିଡିଓଗ୍ରାଫୀ, ଥ୍ରୀ ଡି ଇମେଜ ଏବଂ ରାସାୟନିକ ପ୍ରକ୍ରିୟା ଦ୍ବାରା କରାଯାଇଥିବା ସର୍ଭେରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ସବୁ ପ୍ରମାଣ ବୈଜ୍ଞାନିକ ପରୀକ୍ଷଣ ଆଧାରରେ ସଂଗ୍ରହ କରାଯାଇଛି। ତିନି ଗମ୍ବୁଜ ଉପରେ ଯାଞ୍ଚ କରିଛନ୍ତି। ଟିମ୍ ବଜୁଖାନାକୁ ଛାଡ଼ି ପ୍ରତି ସ୍ଥାନକୁ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରାଯାଇଥିଲା।
ବେସମେଣ୍ଟରୁ ମିଳିଛି ହିନ୍ଦୁ ଦେବୀ-ଦେବତାଙ୍କ ମୂର୍ତ୍ତିର ଅଂଶବିଶେଷ: ବିଷ୍ଣୁ ଜୈନ
ବିଷ୍ଣୁ ଜୈନ କହିଛନ୍ତି ଏଏସଆଇ ଟିମ୍ ଅତ୍ୟାଧୁନିକ ଇନଷ୍ଟ୍ରୂମେଣ୍ଟ ଦ୍ବାରା ଜ୍ଞାନବ୍ୟାପୀ ମସଜିଦ ପରିସରରେ ମିଳିଥିବା କଳାକୃତି ଏବଂ ମୂର୍ତ୍ତିର କାଳଖଣ୍ଡର ଖୋଜ୍ କରିଥିଲେ। ମସଜିଦ୍ର ବେସମେଣ୍ଟରେ ସନାତନ ଧର୍ମ ସହ ଜଡ଼ିତ ପ୍ରମାଣ ମିଳିଛି। ଏଠାରେ ସ୍ତମ୍ଭରେ ହିନ୍ଦୁ ଧର୍ମ ସହ ଜଡ଼ିତ ଅନେକ କଳାକୃତି ମିଳିଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ମସଜିଦର ବେସମେଣ୍ଟ ବା ତଳ ମହଲାରେ ହିନ୍ଦୁ ଦେବୀ-ଦେବତାଙ୍କ ମୂର୍ତ୍ତିର ଅଂଶବିଶେଷ ମିଳିଛି। ୩୪ ସ୍ଥାନରେ ଦେବନାଗରୀ, କନ୍ନଡ଼, ତେଲୁଗୁ ଶିଳାଲେଖ ମିଳିଛି। ଏଥିରୁ ଜଣାପଡ଼ୁଛି ଯେ, ମନ୍ଦିରର ହିଁ ଅଂଶ ମସଜିଦ୍ ତିଆରି ପାଇଁ ବ୍ୟବହାର ହୋଇଛି।
'ପଶ୍ଚିମ କାନ୍ଥ ଏକ ହିନ୍ଦୁ ମନ୍ଦିରର ଅଂଶ'
ଜୈନ ଆହୁରି କହିଛନ୍ତି, ରିପୋର୍ଟରେ କୁହାଯାଇଛି ଯେ, ମସଜିଦ୍ର ପଶ୍ଚିମ କାନ୍ଥ ଏକ ହିନ୍ଦୁ ମନ୍ଦିରର ଅଂଶ। ବୈଜ୍ଞାନିକ ସର୍ଭେ ଅନୁଯାୟୀ, ଏକ ମନ୍ଦିର ଉପରେ ମସଜିଦ କରାଯାଇଛି। ଏଏସଆଇକୁ ଏକ ପଥର ମଧ୍ୟ ମିଳିଥିଲା ଯାହା ୧୬୬୯ରେ ବିଶ୍ବନାଥ ମନ୍ଦିରକୁ ଧ୍ବଂସ କଥା ଲେଖାଯାଇଥିଲା। ଅବଶ୍ୟ ଏହାକୁ ନଷ୍ଟ କରାଯାଇଥିଲା।
୧୭ଶହ ଶତାବ୍ଦୀରେ ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ ହୋଇଥିଲା-ସର୍ଭେ ରିପୋର୍ଟ
ବିଷ୍ଣୁ ଜୈନ କହିଛନ୍ତି, ସର୍ଭେ ରିପୋର୍ଟ ଅନୁଯାୟୀ, ପଶ୍ଚିମ କାନ୍ଥରୁ ପ୍ରମାଣିତ ହେଉଛି ମସଜିଦ୍ ହିନ୍ଦୁ ମନ୍ଦିରର ଅଂଶ। ହିନ୍ଦୁ ମନ୍ଦିରକୁ ୧୭ଶହ ଶତାବ୍ଦୀରେ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିବା ଭଳି ଲାଗୁଛି। ଏହା ମିଳିଛି ଯେ, ମସଜିଦ ପୂର୍ବରୁ ଏଠାରେ ଏକ ହିନ୍ଦୁ ମନ୍ଦିର ଥିଲା। ବିଷ୍ଣୁ ଜୈନ କହିଛନ୍ତି ଏସଏସଆଇ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ, ଯେଉଁଠାରେ ଜ୍ଞାନବ୍ୟାପୀ ମସଜିଦ୍ ଅଛି ସେଠାରେ ୧୭ଶହ ଶତାବ୍ଦୀ ପୂର୍ବରୁ ହିନ୍ଦୁ ମନ୍ଦିର ରହିଥିଲା।
The post ଜ୍ଞାନବ୍ୟାପୀ ସ୍ଥାନରେ ରହିଥିଲା ହିନ୍ଦୁ ମନ୍ଦିର, ଏଏସଆଇ ରିପୋର୍ଟରୁ ମିଳିଲା ପ୍ରମାଣ: ହିନ୍ଦୁ ପକ୍ଷ appeared first on Prameya News7.