ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍; ଡ୍ରାଇଭର ଓ ହେଲ୍ପର ମୃତ
ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍ଟି ଦୁଇଗଡ଼ ହୋଇଥିଲା ବେଳେ ଡ୍ରାଇଭର ଓ ହେଲ୍ପରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଟ୍ରକ। ଫଳରେ ଟ୍ରକ୍ଟି ଦୁଇଗଡ଼ ହୋଇଯାଇଛି। ଘଟଣା ସ୍ଥଳରେ ଟ୍ରକ ଚାଳକ ଓ ହେଲ୍ପର ମୃତ। ମୃତକଙ୍କର ପରିଚୟ ମିଳି ପାରିନାହିଁ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାର ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଏକ ଟ୍ରକ୍ ଲୌହ ସାମଗ୍ରୀ ନେଇ କୋଲକାତାରୁ ବିଶାଖାପାଟଣା ଯାଉଥିଲା। ଏହି ସମୟରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍ଟି ଦୁଇଗଡ଼ ହୋଇଥିଲା ବେଳେ ଡ୍ରାଇଭର ଓ ହେଲ୍ପରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।