ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା

କଟକ,୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ଜନସାଧାରଣଙ୍କ ଟିକସ ଅର୍ଥକୁ ଅପବ୍ୟବହାର କରି ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, କଟକ ବାଲିଯାତ୍ରା ତଳ ଏବଂ ଉପର ପଡ଼ିଆରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସ୍ବାର୍ଥ ଓ ପ୍ରଚାର ପ୍ରସାର ପାଇଁ ଆୟୋଜନ କରାଯାଇଥିଲା। ଏହି […] The post ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା appeared first on Dharitri Odia News.

ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା

କଟକ,୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ଜନସାଧାରଣଙ୍କ ଟିକସ ଅର୍ଥକୁ ଅପବ୍ୟବହାର କରି ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, କଟକ ବାଲିଯାତ୍ରା ତଳ ଏବଂ ଉପର ପଡ଼ିଆରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସ୍ବାର୍ଥ ଓ ପ୍ରଚାର ପ୍ରସାର ପାଇଁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରୁ ନାହାନ୍ତି। ଲୋକଙ୍କ ଅର୍ଥକୁ ଦଳୀୟ ଭିତ୍ତିରେ ଖର୍ଚ୍ଚ କରିବା ପାଇଁ ଜିଲାପାଳ ଉତ୍ତରଦାୟୀ ରହିଛନ୍ତି। ୨୦୧୯ ନିର୍ବାଚନରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ସହରବାସୀ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଜେଡି ଅନେକ କୋଟି ଟଙ୍କା ଖର୍ଚ୍ଚ କରି ଦଳୀୟ କପ୍ରଚାର କରୁଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ଟିକସ ଅର୍ଥକୁ ଯେପରି ବିନିଯୋଗ କରାଗଲା ତାହା ଦୁର୍ଭାଗ୍ୟଜନକ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ କରାଯାଉଛି। ସରକାରଙ୍କ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୩୩୯୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ୬୭୪୯ ପଞ୍ଚାୟତର ଉନ୍ନତୀକରଣ ଯଥା ମହିଳା ସଶସ୍ତୀକରଣ, ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା, ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥା ପାଇଁ ଏହି ଅର୍ଥ ଉଦ୍ଦିଷ୍ଟ। ହେଲେ ଏହାକୁ ଦଳୀୟ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି, ଯାହାର ଉଦାହରଣ କଟକ ସହରରେ ଶୁକ୍ରବାର ଦେଖିବାକୁ ମିଳିଥିବା ସ୍ମୃତି କହିଛନ୍ତି। ଏନେଇ କଟକ ଜିଲାପାଳ ନରହରି ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଖବରଦାତା ସମ୍ମିଳନୀରେ ପୂର୍ବତନ କର୍ପୋରେଟର ନୀରୋଦ ପଣ୍ଡା, ପୂର୍ବତନ ନଗର ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ବରିଷ୍ଠ ଭାଜପା ନେତା ସାକ୍ଷ୍ୟ ସିଂ ମିଶ୍ରଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ।

The post ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା appeared first on Dharitri Odia News.