ଆସନ୍ତା ୨୪ରେ ସାଂସଦଙ୍କ ଶପଥ ଗ୍ରହଣ ଉତ୍ସବ, ସାନ୍ତାଳୀ ଭାଷାରେ ଶପଥ ନେବେ ନବ ଚରଣ ମାଝୀ

ଭୁବନେଶ୍ୱର ୨୨/୦୬: ସଂସଦରେ ନୂତନ ଭାବେ ନିର୍ବାଚିତ ହୋଇ ଆସିଥିବା ସାଂସଦମାନେ ଶପଥ ଗ୍ରହଣ କରିବେ । ଆସନ୍ତା ୨୪ ତାରିଖରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ ଓଡିଶାର ବିଜେପି ସାଂସଦମାନେ । ଏହି ଅବସରରେ ନିଜ ମାତୃଭାଷା ତଥା ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିବେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ । ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକ ଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର କିଭଳି ହେବ ସେ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ନବ ଚରଣ ମାଝୀ । 

ଆସନ୍ତା ୨୪ରେ ସାଂସଦଙ୍କ ଶପଥ ଗ୍ରହଣ ଉତ୍ସବ, ସାନ୍ତାଳୀ ଭାଷାରେ ଶପଥ ନେବେ ନବ ଚରଣ ମାଝୀ

ଭୁବନେଶ୍ୱର ୨୨/୦୬: ସଂସଦରେ ନୂତନ ଭାବେ ନିର୍ବାଚିତ ହୋଇ ଆସିଥିବା ସାଂସଦମାନେ ଶପଥ ଗ୍ରହଣ କରିବେ । ଆସନ୍ତା ୨୪ ତାରିଖରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ ଓଡିଶାର ବିଜେପି ସାଂସଦମାନେ । 

ଏହି ଅବସରରେ ନିଜ ମାତୃଭାଷା ତଥା ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିବେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ । ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକ ଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର କିଭଳି ହେବ ସେ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ନବ ଚରଣ ମାଝୀ ।