ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପ୍ରେସମିଟ୍ କରି ବିଜେଡିର ବଡ଼ ଘୋଷଣା, ଆଜିଠୁ ହେବ…
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ପ୍ରେସମିଟ୍ କରି ବିଜେଡି କହିଛି, ଏହା ଏକ ଛୋଟ କଥା ନୁହେଁ। ଏହା ସାରା ନାରୀଜାତି ପାଇଁ ଅସମ୍ମାନ। ସାରା […] The post ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପ୍ରେସମିଟ୍ କରି ବିଜେଡିର ବଡ଼ ଘୋଷଣା, ଆଜିଠୁ ହେବ… appeared first on Dharitri Odia News.
ଭୁବନେଶ୍ୱର,୧୫।୭: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ପ୍ରେସମିଟ୍ କରି ବିଜେଡି କହିଛି, ଏହା ଏକ ଛୋଟ କଥା ନୁହେଁ। ଏହା ସାରା ନାରୀଜାତି ପାଇଁ ଅସମ୍ମାନ। ସାରା ଛାତ୍ରୀ ସମାଜ ପାଇଁ ଅସମ୍ମାନ। ଏହାକୁ କେବେ ବି କ୍ଷମା କରାଯିବ ନାହିଁ। ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର। ହେଲେ ସରକାର କାହାକୁ ଦଣ୍ଡ ଦେବେ, ତାଙ୍କୁ ନିଜେ ମୃତା ସୌମ୍ୟାଶ୍ରୀ ଟୁଇଟ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ସରକାରଙ୍କ ଅପାରଗତା ଯୋଗୁ ନ୍ୟାୟ ମିଳିପାରିଲା ନାହିଁ। କାହାକୁ ଦଣ୍ଡ ଦିଆଯିବ ବୋଲି ପ୍ରଶ୍ନ କରିଛି ବିଜେଡି। ସରକାର ପ୍ରତ୍ୟକ୍ଷ ଭାବେ ଦାୟୀ। ସରକାର ମୃତଙ୍କ ପରିବାରକୁ ୨ କୋଟି କ୍ଷତିପୂରଣ ଦେବାକୁ ଦାବି କରୁଛୁ।
ଏହା ସହ ବିଜେଡି ଆହୁରି କହିଛି ଯେ, ରାତାରାତି ମୃତକଙ୍କୁ ପୁରୀ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ମୃତକଙ୍କ ବାପା ଗାଁକୁ ନେବାକୁ କହିଥିଲେ ବୋଲି ଛଡାଗଲା। ନ ହେଲେ ଲଚେଇକି ମର ଶରୀରକୁ ପୋଡିଦେବାକୁ ବସିଥିଲେ। ଏ ଯେଉଁ ପରିସ୍ଥିତି ହୋଇଛି ସାରା ଓଡ଼ିଶାରେ ଆଜିଠୁ ବ୍ୟାପକ ଛାତ୍ର ଆନ୍ଦୋଳନ ହେବ, ବ୍ୟାପକ ଭାବେ ଯୁବ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁ ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି ଯେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି କହିଛି।
ସପଟେ କଂଗ୍ରେସ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି।ଏହି ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରହିବ । ଏହା ସହ ଆଜି ସବୁ ସହରରେ ଜଳାଯିବ କ୍ୟାଣ୍ଡେଲ ଲାଇଟ । ତେବେ ଓଡ଼ିଶା ବନ୍ଦ ଡାକରାରେ ସମସ୍ତେ ସାମିଲ ହେବା ପାଇଁ ଆଦ୍ୱାନ ଦେଇଛି ଦଳ । ଏଥିସହ ଆହୁରି ଏକ ଖବର ସାମ୍ନାକୁ ଆସୁଛି ବର୍ତ୍ତମାନ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ , ଆଗକୁ ସଂସଦରେ ବସିବ ମୌସୁମୀ ଅଧିବେଶନ । ଏହା ପୂର୍ବରୁ ସରକାରଙ୍କୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି କ୍ରମରେ ଆଜି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ ।
The post ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପ୍ରେସମିଟ୍ କରି ବିଜେଡିର ବଡ଼ ଘୋଷଣା, ଆଜିଠୁ ହେବ… appeared first on Dharitri Odia News.