DGPଙ୍କ ବଡ଼ ଖୁଲାସା: ହନିମୁନ୍ରେ ହିଁ ସୋନମ କରିଛନ୍ତି ସ୍ବାମୀ ରାଜାଙ୍କୁ ହତ୍ୟା, ଜାଣନ୍ତୁ ପୂରା ମାମଲା…
ଶିଲଂ,୯ା୬: ମେଘାଳୟରେ ହନିମୁନ୍ରେ ଯାଇଥିବା ଇନ୍ଦୋର ଦମ୍ପତି ନିଖୋଜ ହୋଇ ନ ଥିଲେ, ସ୍ତ୍ରୀ ସୋନମ ହିଁ ତାଙ୍କ ସ୍ବାମୀ ରାଜାଙ୍କୁ ହତ୍ୟା କରିଥିଲେ। ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ସ୍ତ୍ରୀ ସୋନମଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମେଘାଳୟ ଡିଜିପି କହିଛନ୍ତି, ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଡିଜିପି ଆଇ ନୋଙ୍ଗରାଙ୍ଗ କହିଛନ୍ତି, ଜଣେ ଅଭିଯୁକ୍ତ ଉତ୍ତରପ୍ରଦେଶରୁ […] The post DGPଙ୍କ ବଡ଼ ଖୁଲାସା: ହନିମୁନ୍ରେ ହିଁ ସୋନମ କରିଛନ୍ତି ସ୍ବାମୀ ରାଜାଙ୍କୁ ହତ୍ୟା, ଜାଣନ୍ତୁ ପୂରା ମାମଲା… appeared first on Dharitri Odia News.
ଶିଲଂ,୯ା୬: ମେଘାଳୟରେ ହନିମୁନ୍ରେ ଯାଇଥିବା ଇନ୍ଦୋର ଦମ୍ପତି ନିଖୋଜ ହୋଇ ନ ଥିଲେ, ସ୍ତ୍ରୀ ସୋନମ ହିଁ ତାଙ୍କ ସ୍ବାମୀ ରାଜାଙ୍କୁ ହତ୍ୟା କରିଥିଲେ।
ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ସ୍ତ୍ରୀ ସୋନମଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମେଘାଳୟ ଡିଜିପି କହିଛନ୍ତି, ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଡିଜିପି ଆଇ ନୋଙ୍ଗରାଙ୍ଗ କହିଛନ୍ତି, ଜଣେ ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଧରାପଡ଼ିଥିଲେ, ଯେତେବେଳେ ଅନ୍ୟ ଦୁଇଜଣଙ୍କୁ ଇନ୍ଦୋରରୁ ଏସ୍ଆଇଟି ଧରିଥିଲା। ସେ ଆହୁରି କହିଛନ୍ତି, ସୋନମ ଉତ୍ତରପ୍ରଦେଶର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା।
ଶନିବାର ଜଣେ ଟୁର୍ ଗାଇଡ୍ କହିଥିଲେ ଯେ, ଇନ୍ଦୋରର ହନିମୁନ ଦମ୍ପତି ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମଙ୍କ ସହିତ, ମେଘାଳୟର ସୋହରା ଅଞ୍ଚଳରୁ ନିଖୋଜ ହେବା ଦିନ ଅନ୍ୟ ତିନି ଜଣ ମଧ୍ୟ ଉପସ୍ଥିତ ଥିଲେ। ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଗାଇଡ୍ ପୋଲିସକୁ ଏହି ସୂଚନା ଦେଇଥିଲେ।
ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ସୋସିଆଲ ମିଡିଆରେ ଟୁଇଟ୍ କରିଛନ୍ତି ଯେ, ଇନ୍ଦୋର ରାଜା ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ, ମଧ୍ୟପ୍ରଦେଶର ତିନି ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି, ମହିଳା ଆତ୍ମସମର୍ପଣ କରିଛନ୍ତି ଏବଂ ଅନ୍ୟ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଅଭିଯାନ ଜାରି ରହିଛି।
ସୂଚନାଯୋଗ୍ୟ, ଏହି ଇନ୍ଦୋର ଦମ୍ପତି ୧୧ ମେ’ ୨୦୨୫ରେ ବିବାହ ପରେ ହନିମୁନ୍ ପାଇଁ ଶିଲଂ ଯାଇଥିଲେ। ସେମାନେ ୨୦ ମେ’ରେ ମେଘାଳୟରେ ପହଞ୍ଚିଥିଲେ ଏବଂ ୨୩ ମେ’ରେ ଶେଷ ଥର ପାଇଁ ପରିବାର ସହିତ କଥା ହୋଇଥିଲେ। ଏହା ପରେ ସେମାନଙ୍କ ଉଭୟଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା।
ସୋହରରିମ ଅଞ୍ଚଳରେ ଦମ୍ପତିଙ୍କ ଭଡ଼ା ନେଇଥିବା ସ୍କୁଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ତା’ପରେ ୨ ଜୁନ ରେ, ଓ୍ବେଇ ସୋଡୋଙ୍ଗ ଜଳପ୍ରପାତ ନିକଟ ଏକ ନାଳରେ ରାଜା ରଘୁବଂଶୀଙ୍କ ପଚା ମୃତଦେହ ମିଳିଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ସ୍ତ୍ରୀ ସୋନମଙ୍କ କୌଣସି ସନ୍ଧାନ ମିଳି ନ ଥିଲା, ଯାହା ଫଳରେ ପରିବାର ପକ୍ଷରୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା।
ରାଜାଙ୍କ ମୃତଦେହ ମିଳିବା ପରଠାରୁ ପୋଲିସ ସୋନମଙ୍କୁ ଖୋଜୁଥିଲା। ଏବେ ଗାଜିପୁରରେ ସୋନମ ମିଳିବା ପରେ, ଆଶା କରାଯାଉଛି ଯେ, ଶିଲଂରେ ଏହି ଦମ୍ପତିଙ୍କ ସହିତ କ’ଣ ଘଟିଥିଲା ଏବଂ ରାଜାଙ୍କ ମୃତ୍ୟୁ କିପରି ହୋଇଥିଲା ତାହା ଖୁବ୍ଶୀଘ୍ର ଜଣାପଡ଼ିବ।
The post DGPଙ୍କ ବଡ଼ ଖୁଲାସା: ହନିମୁନ୍ରେ ହିଁ ସୋନମ କରିଛନ୍ତି ସ୍ବାମୀ ରାଜାଙ୍କୁ ହତ୍ୟା, ଜାଣନ୍ତୁ ପୂରା ମାମଲା… appeared first on Dharitri Odia News.