କଲବଲ କରିବ ଜାଡ : ଶୀତ ଲହରୀ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର : ବର୍ଷାରେ ବ୍ରେକ ଲାଗିବା ପରେ ରାଜ୍ୟରେ ଶୀତ ପୁଣି ବଢିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏପରି ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରିବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ପ୍ରବଳ ଜାଡ ଅନୁଭବ ହେବା ସହ ପାରଦ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମୁଛି। ଏହାରି ମଧ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ […]

କଲବଲ କରିବ ଜାଡ : ଶୀତ ଲହରୀ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Yellow alert issued to 5 districts for winter wave

ଭୁବନେଶ୍ବର : ବର୍ଷାରେ ବ୍ରେକ ଲାଗିବା ପରେ ରାଜ୍ୟରେ ଶୀତ ପୁଣି ବଢିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏପରି ଶୀତ ସହ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରିବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ପ୍ରବଳ ଜାଡ ଅନୁଭବ ହେବା ସହ ପାରଦ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମୁଛି। ଏହାରି ମଧ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ସତର୍କତା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୟେଲୋ ଆଲର୍ଟ ଜାରି କରଯାଇଥିବା ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଥଣ୍ଡା ଶୁଷ୍କ ପବନ ବହୁଥିବାରୁ  ଅନୁଗୁଳରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପାରଦ କମିଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଘନ କୁହୁଡ଼ି  ଅସ୍ତବ୍ୟସ୍ତ କରିବ। ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ।

ଅନ୍ୟପଟେ କାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି। ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାକୁ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ରୁ ୨୦୦ ମିଟର ରହିବ ଭିଜିବିଲିଟି। ଘନ କୁହୁଡ଼ି ସମୟରେ ସାବଧାନତାର ସହ ଗାଡି ଚାଳନା ନେଇ ପରାମର୍ଶ ଦିଆଯାଇଛି।

ସେପଟେ ୩୧ରୁ ପୁଣି ପାଗ ବଦଳିବ। ଉତ୍ତର ଓଡିଶାରେ ପୁଣି ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ରେ ହାଲୁକା ବର୍ଷା ହେବ। ବାକି ଓଡ଼ିଶାର ପାଗ ଶୁଖିଲା ରହିବ। ୩୧, ୧ ଏବଂ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି।