ଗୃହ ନିର୍ମାଣ ପାଇଁ ଗଛ ବଳି, ଜବତ କଲା ବନ ବିଭାଗ
ନିଶ୍ଚିନ୍ତକୋଇଲି,୧୨ା୬(ଅଶୋକ କୁମାର ମହାପାତ୍ର): ସମସ୍ତ ସରକାରୀ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ଗୃହ ନିର୍ମାଣ ନିମନ୍ତେ ଛୁଟି ଦିନରେ ଠିକାଦାର ତିନୋଟି ଜୀବନ୍ତ ଶାଗୁଆନ ଗଛ କାଟି ଦେଇଥିବାର ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ଯାନ୍ତ୍ରିକ କାଠକଟା କରତ ତିନୋଟି ଟାଙ୍ଗିଆ ସହ ଶାଗୁଆନ ଗଛକୁ ଜବତ କରିଛନ୍ତି। ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟର ଗୃହ […] The post ଗୃହ ନିର୍ମାଣ ପାଇଁ ଗଛ ବଳି, ଜବତ କଲା ବନ ବିଭାଗ appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୧୨ା୬(ଅଶୋକ କୁମାର ମହାପାତ୍ର): ସମସ୍ତ ସରକାରୀ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ଗୃହ ନିର୍ମାଣ ନିମନ୍ତେ ଛୁଟି ଦିନରେ ଠିକାଦାର ତିନୋଟି ଜୀବନ୍ତ ଶାଗୁଆନ ଗଛ କାଟି ଦେଇଥିବାର ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ଯାନ୍ତ୍ରିକ କାଠକଟା କରତ ତିନୋଟି ଟାଙ୍ଗିଆ ସହ ଶାଗୁଆନ ଗଛକୁ ଜବତ କରିଛନ୍ତି। ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟର ଗୃହ ନିର୍ମାଣ ନିମନ୍ତେ ସରକାର ଅର୍ଥ ମଞ୍ଜୁର କରିଥିଲେ। ଠିକାଦାର ବିନା ସରକାରୀ ମଞ୍ଜୁରୀରେ ଛୁଟି ଦିନରେ କଲେଜ ପରିସରରେ ଥିବା ତିନୋଟି ମୂଲ୍ୟବାନ ଜୀବନ୍ତ ଶାଗୁଆନ ଗଛ କାଟିଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କଟାଯାଇଥିବା ଶାଗୁଆନ ଗଛ ସମେତ ଗୋଟିଏ ଯନ୍ତ୍ରୀଙ୍କ କାଠ କଟା କରତ ଓ ତିନୋଟି ଟାଙ୍ଗିଆ ଜବତ କରିଛନ୍ତି। ତେବେ ଠିକାଦାର ବିନା ସରକାରୀ ମଞ୍ଜୁରୀରେ କିପରି ଜୀବନ୍ତ ଗଛ କାଟିଲେ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
The post ଗୃହ ନିର୍ମାଣ ପାଇଁ ଗଛ ବଳି, ଜବତ କଲା ବନ ବିଭାଗ appeared first on Dharitri Odia News.