ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟିଲେ୨୫ ହଜାର ଟଙ୍କା, ପୁଲିସ ତଦନ୍ତ ଆରମ୍ଭ

ଭବାନୀପାଟଣା:  କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ପଞ୍ଚାୟତ ର ଲଟାପଡା ଗାଁର ଉପେନ୍ଦ୍ର ରୋତି ନାମକ ଜଣେ ଚାଷୀଙ୍କ ଠାରୁ ଆଜି ୨୫ ହଜାର ଟଙ୍କା ଲୁଟ ହେଇଛି। ଆଜି ସେ କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ବିକ୍ରୀରୁ ପାଇଥିବା ୨୫ ହଜାର ଟଙ୍କା ଉଠାଇ ବାଇକରେ ଘରକୁ ଫେରୁଥିଲେ। କୋକସରାରୁ ଝରିଆଗୁଡା ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୨୫ ହଜାର ଟଙ୍କା ଲୁଟି ନେଲେ। ଏଥିସହିତ ତାଙ୍କ ବାଇକ […]

ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟିଲେ୨୫ ହଜାର ଟଙ୍କା, ପୁଲିସ ତଦନ୍ତ ଆରମ୍ଭ

ଭବାନୀପାଟଣା:  କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ପଞ୍ଚାୟତ ର ଲଟାପଡା ଗାଁର ଉପେନ୍ଦ୍ର ରୋତି ନାମକ ଜଣେ ଚାଷୀଙ୍କ ଠାରୁ ଆଜି ୨୫ ହଜାର ଟଙ୍କା ଲୁଟ ହେଇଛି। ଆଜି ସେ କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ବିକ୍ରୀରୁ ପାଇଥିବା ୨୫ ହଜାର ଟଙ୍କା ଉଠାଇ ବାଇକରେ ଘରକୁ ଫେରୁଥିଲେ। କୋକସରାରୁ ଝରିଆଗୁଡା ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୨୫ ହଜାର ଟଙ୍କା ଲୁଟି ନେଲେ। ଏଥିସହିତ ତାଙ୍କ ବାଇକ ଚାବିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଚାଷୀଙ୍କ ଚିତ୍କାର ଶୁଣି ଲୋକେ ରୁଣ୍ଡ ହୋଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଖୁବ ଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।