ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ ପର୍ଯ୍ୟାୟ ଭୋଟିଂ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ରାଜନାଥ ସିଂ, ସ୍ମୃତି ଇରାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ। ଆଜି ଲକ୍ଷ୍ନୌର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପ-ନିର୍ବାଚନ ପାଇଁ ମଧ୍ୟ ଭୋଟ୍‌ ଅନୁଷ୍ଠିତ ହେଉଛି। […] The post ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ… appeared first on Dharitri Odia News.

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ ପର୍ଯ୍ୟାୟ ଭୋଟିଂ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ରାଜନାଥ ସିଂ, ସ୍ମୃତି ଇରାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ। ଆଜି ଲକ୍ଷ୍ନୌର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପ-ନିର୍ବାଚନ ପାଇଁ ମଧ୍ୟ ଭୋଟ୍‌ ଅନୁଷ୍ଠିତ ହେଉଛି।

ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ମୁମ୍ବାଇ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ନିକଟରେ ଭାରତୀୟ ନାଗରିକତ୍ୱ ପାଇବା ପରେ ଏହା ଅକ୍ଷୟଙ୍କ ପ୍ରଥମ ଭୋଟ୍। ଅକ୍ଷୟ ପୂର୍ବରୁ କାନାଡାର ନାଗରିକ ଥିଲେ।

ଅକ୍ଷୟ କହିଛନ୍ତି, ମୁଁ ଚାହୁଁଛି ମୋର ଭାରତ ବିକଶିତ ଏବଂ ଶକ୍ତିଶାଳୀ ହେଉ। ଏହାକୁ ଧ୍ୟାନରେ ରଖି ମୁଁ ଭୋଟ୍‌ ଦେଲି। ଲୋକମାନେ ଯାହା ଠିକ୍‌ ମନେ କରନ୍ତି ସେଥିପାଇଁ ଭୋଟ ଦେବା ଉଚିତ୍‌। ମୁଁ ଭାବୁଛି ଭୋଟରଙ୍କ ମତଦାନ ଭଲ ହେବ। ସକାଳ ୭ଟାରେ ମୁଁ ଏଠାରେ ଥିଲି ଯେତେବେଳେ ମତଦାନ ବୁଥ୍‌ ଖୋଲିଲା ଏବଂ ମୁଁ ପ୍ରାୟ ୫୦୦-୬୦୦ ଲୋକଙ୍କୁ ଦେଖିଲି।

ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସା ୬ଟା ପର୍ଯ୍ୟନ୍ତ ଚାଲିବ। ଫରହାନ ଅଖତର, ଜୟା ଅଖତର, ତବୁ ଏବଂ ସ୍ବନନ୍ଦ କିର୍‌କେରଙ୍କ ପରି ଅନେକ ବଲିଉଡ ଷ୍ଟାର୍‌ ସକାଳେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି।

The post ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ… appeared first on Dharitri Odia News.