ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟରେ ମୁସ୍ଲିମ ବିବାହ ଓ ଛାଡପତ୍ର ଆଇନ ରଦ୍ଦ

ଗୌହାଟୀ ୧୮।୭: ଆସାମ ସରକାରଙ୍କ ଦ୍ୱାରା ଆସାମ ମୁସ୍ଲିମ ବିବାହ ଓ ତଲାକ ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି। ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମା କହିଛନ୍ତି ଯେ ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରିବା। ଆସାମ ମୁସ୍ଲିମ ବିବାହ ଅଧିନିୟମରେ ବାଲ୍ୟବିବାହ ଲାଗି ଅନୁମତି ଥିଲା। ଏହାକୁ ସମାପ୍ତ କରିବାକୁ ଅଧ୍ୟାଦେଶ ଅଣାଯାଇଛି, ଯାହାକୁ ଖୁବ୍ ଶୀଘ୍ର ଆଇନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଆସିବାକୁ ଥିବା ନୂଆ ଆଇନରେ ମୁସଲମାନ ବିବାହ ପଞ୍ଜିକରଣ ୧୮ରୁ ୨୧ ବର୍ଷର ଆଇନଗତ ସୀମା ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ  ହେବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ୮୦ ପ୍ରତିଶତ ବାଲ୍ୟ ବିବାହ ସଂଖ୍ୟାଲଘୁ ସମୂଦାୟରେ ହେଉଛି ୨୦ ପ୍ରତିଶତ ବହୁ ସଂଖ୍ୟକ ସମୂଦାୟରେ ହେଉଛି। ବାଲ୍ୟବିବାହକୁ ଆମେ ଧାର୍ମିକ ଦୃଷ୍ଟିକୋଣରୁ ଦେଖୁ ନାହୁଁ, ଆମେ ଚାହୁଁଛୁ ଲିଙ୍ଗଗତ ନ୍ୟାୟ ହେଉ ଓ ବାଲ୍ୟ ବିବାହ ନ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। आज हमने मुस्लिम विवाह अधिनियम को निरस्त किया और मुस्लिम विवाह पंजीकरण के लिए एक नया कानून लागू करेंगे।बाल विवाह 80% अल्पसंख्यक समुदाय में होता है, और 20% अन्य समुदायों में। लेकिन हमारे लिए यह समस्या धार्मिक नहीं, बल्कि सामाजिक है

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟରେ ମୁସ୍ଲିମ ବିବାହ ଓ ଛାଡପତ୍ର ଆଇନ ରଦ୍ଦ

ଗୌହାଟୀ ୧୮।୭: ଆସାମ ସରକାରଙ୍କ ଦ୍ୱାରା ଆସାମ ମୁସ୍ଲିମ ବିବାହ ଓ ତଲାକ ପଞ୍ଜିକରଣ ଅଧିନିୟମ ସାଙ୍ଗକୁ ନିୟମ ୧୯୩୫କୁ ରଦ୍ଦ କରି ଦିଆଯାଇଛି। ଆଇନ ସମାପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାଶର୍ମା କହିଛନ୍ତି ଯେ ଏହି ଆଇନକୁ ରଦ୍ଦ କରିବାର ଉଦ୍ଦେଶ୍ୟ ଲିଙ୍ଗଗତ ନ୍ୟାୟ ଓ ବାଲ୍ୟ ବିବାହ ପ୍ରଥାକୁ ଉଚ୍ଛେଦ କରିବା। ଆସାମ ମୁସ୍ଲିମ ବିବାହ ଅଧିନିୟମରେ ବାଲ୍ୟବିବାହ ଲାଗି ଅନୁମତି ଥିଲା। ଏହାକୁ ସମାପ୍ତ କରିବାକୁ ଅଧ୍ୟାଦେଶ ଅଣାଯାଇଛି, ଯାହାକୁ ଖୁବ୍ ଶୀଘ୍ର ଆଇନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆସିବାକୁ ଥିବା ନୂଆ ଆଇନରେ ମୁସଲମାନ ବିବାହ ପଞ୍ଜିକରଣ ୧୮ରୁ ୨୧ ବର୍ଷର ଆଇନଗତ ସୀମା ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ  ହେବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ୮୦ ପ୍ରତିଶତ ବାଲ୍ୟ ବିବାହ ସଂଖ୍ୟାଲଘୁ ସମୂଦାୟରେ ହେଉଛି ୨୦ ପ୍ରତିଶତ ବହୁ ସଂଖ୍ୟକ ସମୂଦାୟରେ ହେଉଛି। ବାଲ୍ୟବିବାହକୁ ଆମେ ଧାର୍ମିକ ଦୃଷ୍ଟିକୋଣରୁ ଦେଖୁ ନାହୁଁ, ଆମେ ଚାହୁଁଛୁ ଲିଙ୍ଗଗତ ନ୍ୟାୟ ହେଉ ଓ ବାଲ୍ୟ ବିବାହ ନ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ବାଲ୍ୟ ବିବାହ ବିରୋଧରେ ଅତିରିକ୍ତ ସୁରକ୍ଷା ଉପାୟ କରି ଆମ ଭଉଣୀ ଓ ଝିଅଙ୍କ ପ୍ରତି ନ୍ୟାୟ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେଇଛୁ। ଏଣୁ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆସାମ ରଦ୍ଦ ବିଧେୟକ ୨୦୨୪ ମାଧ୍ୟମରେ ମୁସଲମାନ ବିବାହ ଓ ତଲାକ୍ ପଞ୍ଜିକରଣ ଅଧିନିୟମ ୧୯୩୫କୁ ନିରସ୍ତ କରିଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇନର ଉଦ୍ଦେଶ୍ୟ ଆସାମ ମୁସ୍ଲିମ ବିବାହ ଓ ତଲାକ ଆକ୍ଟ ୧୯୩୫ ଓ ମୁସ୍ଲିମ ବିବାହ ଓ ତଲାକ ରେଜିଷ୍ଟ୍ରେସନ ନିୟମ ୧୯୩୫କୁ ସମାପ୍ତ କରିବା।