ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ରରେ ଟ୍ୟାମ୍ପରିଂ ଅଭିଯୋଗ
ବ୍ରହ୍ମପୁର: ଓଏସଏସସି ପରୀକ୍ଷା ପ୍ରଶ୍ନ ପତ୍ରରେ ଟ୍ୟାମ୍ପରିଂ ଅଭିଯୋଗ। ରବିବାର ବ୍ରହ୍ମପୁର ସିଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ହୋଇଥିବା ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରରେ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ।ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ପରୀକ୍ଷାର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯାଇଥିଲା। ଏହା ସହ ପ୍ରଶ୍ନପତ୍ରରେ ମଧ୍ୟ ଟ୍ୟାମ୍ପରିଂ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ପରୀକ୍ଷା କେନ୍ଦ୍ରର ପରୀକ୍ଷକ, ସଂଯୋଜକଙ୍କୁ ଜଣାଇଥିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏସମ୍ପର୍କରେ ଫୋନ କରି ଜଣାଇଛନ୍ତି ପରୀକ୍ଷାର୍ଥୀ ଅନ୍ତର୍ଯ୍ୟାମୀ ପାତ୍ର। ଏହାସହ ଘଟଣା ଉପଯୁକ୍ତ ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କହିଛନ୍ତି ସେ।
ବ୍ରହ୍ମପୁର: ଓଏସଏସସି ପରୀକ୍ଷା ପ୍ରଶ୍ନ ପତ୍ରରେ ଟ୍ୟାମ୍ପରିଂ ଅଭିଯୋଗ। ରବିବାର ବ୍ରହ୍ମପୁର ସିଟି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ହୋଇଥିବା ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରରେ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ।
ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ପରୀକ୍ଷାର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ଖୋଲାଯାଇଥିଲା। ଏହା ସହ ପ୍ରଶ୍ନପତ୍ରରେ ମଧ୍ୟ ଟ୍ୟାମ୍ପରିଂ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ପରୀକ୍ଷା କେନ୍ଦ୍ରର ପରୀକ୍ଷକ, ସଂଯୋଜକଙ୍କୁ ଜଣାଇଥିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏସମ୍ପର୍କରେ ଫୋନ କରି ଜଣାଇଛନ୍ତି ପରୀକ୍ଷାର୍ଥୀ ଅନ୍ତର୍ଯ୍ୟାମୀ ପାତ୍ର। ଏହାସହ ଘଟଣା ଉପଯୁକ୍ତ ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି କହିଛନ୍ତି ସେ।