ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ

ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ ପଣାଖୁଣ୍ଟିରେ ବଳି ଦେଇଛନ୍ତି ପିଶାଚ ଯୁବକ। ମୃତ ଯୁବକ ଜଣଙ୍କ ବସୋଇ ଗାଁର ରାକେଶ ସେଠୀ। ରାକେଶ ସାଇକେଲ ଯୋଗେ ଚିକେନ ପାଇଁ ଯାଇଥିବା ବେଳେ ଟାଙ୍ଗିଆରେ ହାଣି ଥିଲେ ଉକ୍ତ ଯୁବକ। ଅଭିଯୁକ୍ତ ଯୁବକ ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ ମକୁ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ […] The post ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ appeared first on Dharitri Odia News.

ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ

ପରଜଙ୍ଗ,୧ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଚୌପାଢ଼ିରେ ଥିବା ଠାକୁରାଣୀଙ୍କ ପଣାଖୁଣ୍ଟିରେ ବଳି ଦେଇଛନ୍ତି ପିଶାଚ ଯୁବକ। ମୃତ ଯୁବକ ଜଣଙ୍କ ବସୋଇ ଗାଁର ରାକେଶ ସେଠୀ। ରାକେଶ ସାଇକେଲ ଯୋଗେ ଚିକେନ ପାଇଁ ଯାଇଥିବା ବେଳେ ଟାଙ୍ଗିଆରେ ହାଣି ଥିଲେ ଉକ୍ତ ଯୁବକ। ଅଭିଯୁକ୍ତ ଯୁବକ ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ ମକୁ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ସେ ଠେଙ୍ଗାରେ ପିଟି ପିଟି ରାକେଶଙ୍କୁ ହତ୍ୟା କରିଥିଲେ ଏବଂ ପରେ ଏକ ଟାଙ୍ଗିଆରେ ମୃତ ଶରୀରକୁ ଖଣ୍ଡ କରି ଗାଁରେ ଫିଙ୍ଗି ଦେଇଥିଲେ। ତେବେ ସବୁଠାରୁ ଚକିତ ଦୃଶ୍ୟ ଥିଲା ଗାଁ ଚୌପାଢ଼ିର ଥିବା ଠାକୁରାଣୀଙ୍କ ପଣା ଖୁଣ୍ଟି ନିକଟରେ ଜିଅନ୍ତା ବଳି ଦେଇଥିଲେ ପିଶାଚ ଯୁବକ ସରୋଜ। ଏପରିକି ଶରୀରର ଅନେକ ଖଣ୍ଡ ବିଖଣ୍ଡିତ ଅଂଶ ଗାଁ ରାସ୍ତାରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ହତ୍ୟା କାଣ୍ଡ ପରେ ଅଭିଯୁକ୍ତ ଫେରାର ମାରିଛନ୍ତି। ତେବେ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

The post ବୀଭତ୍ସ ହତ୍ୟା: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣିଲେ, ପଣାଖୁଣ୍ଟିରେ ବଳିଦେଲେ ପିଶାଚ ଯୁବକ appeared first on Dharitri Odia News.