ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି
ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ ବଢାଇଛି। ଏହି ମୁଭିରେ ଟ୍ୟାଲେଣ୍ଟର ପାୱାରହାଉସ ଅଭିନେତ୍ରୀ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ କରୀନା କପୁର ଖାଁ, କ୍ରିତି ସାନନ ଏବଂ ତବୁ ଅଛନ୍ତି। ଫିଲ୍ମ ଘୋଷଣା ପରେ ହିଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କିଛି ସମୟ ପୂର୍ବରୁ ନିର୍ମାତାମାନେ ଏହାର ଟିଜର ରିଲିଜ କରିି ‘କ୍ରୁ’ଙ୍କ ଝଲକ ଦେଖାଇଥିଲେ। ଏବେ […] The post ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି appeared first on Dharitri Odia News.
ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ ବଢାଇଛି। ଏହି ମୁଭିରେ ଟ୍ୟାଲେଣ୍ଟର ପାୱାରହାଉସ ଅଭିନେତ୍ରୀ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ କରୀନା କପୁର ଖାଁ, କ୍ରିତି ସାନନ ଏବଂ ତବୁ ଅଛନ୍ତି। ଫିଲ୍ମ ଘୋଷଣା ପରେ ହିଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କିଛି ସମୟ ପୂର୍ବରୁ ନିର୍ମାତାମାନେ ଏହାର ଟିଜର ରିଲିଜ କରିି ‘କ୍ରୁ’ଙ୍କ ଝଲକ ଦେଖାଇଥିଲେ। ଏବେ ଫିଲ୍ମର ନିର୍ମାତାମାନେ ଏହାର କିଛି ସାନଦାର ପୋଷ୍ଟର ରିଲିଜ କରିଛନ୍ତି। ସମସ୍ତ ଲିଭିଙ୍ଗ ଲିଜେଣ୍ଡଙ୍କର ଏହା ହେଉଛି ଫାଷ୍ଟ ଲୁକ ପୋଷ୍ଟର, ଯାହାକୁ ଦେଖି ଆପଣପଲକ ପକାଇବାକୁ ମଧ୍ୟ ଭୁଲିଯିବେ। ପ୍ରତ୍ୟେକ ପୋଷ୍ଟର ଏକ ଭିନ୍ନ ଭାଇବ ଦେଇଛି। ସେମାନଙ୍କ ଚରିତ୍ର ସହିତ ଜଡିତ ସମସ୍ତ ଡିଭାଙ୍କ ଲୁକରେ ପିକଅପ ଲାଇନଗୁଡିକ ଦିଆଯାଇଛି। ଏଥିରେ କରୀନା ‘ଚୋରି’ କରିବାକୁ ପ୍ରସ୍ତୁତ, କ୍ରିତି ସାନନ ‘କପି’ କରିବାକୁ କହୁଛନ୍ତି ଏବଂ ତବୁ ‘ରିସ୍କ ନେବାକୁ’ ପ୍ରସ୍ତୁତ ଥିବା ପରି ମନେ ହେଉଛି।
The post ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି appeared first on Dharitri Odia News.