ନିଆଁ ପୋଇଁବା ବେଳେ ୨ ନାବାଳକ ଜୀବନ୍ତ ଦଗ୍ଧ
ବାଉଁଶୁଣି : ବୌଦ୍ଧ ସଦର ବ୍ଲକ ମୁନ୍ଦିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସନ୍ତ ବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରିଷ୍ଣା ଊର୍ମା ନିଜ ମାମୁଁ ଘରକୁ କୌଣସି କାମରେ ଆସିଥିବାବେଳେ ଆଜି ସନ୍ଧ୍ୟା ସମୟରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରିଷ୍ଣା ଭୋଇ ସହ ମିଶି ନିଆଁ ପୋଇଁବା ପାଇଁ ଏକ ପାଳ ଗଦାରେ ନିଆଁ ଲଗାଇ ଦେଇ ଭୟରେ ପାଳ ଗଦାରେ ଲୁଚି […]

ବାଉଁଶୁଣି : ବୌଦ୍ଧ ସଦର ବ୍ଲକ ମୁନ୍ଦିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସନ୍ତ ବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରିଷ୍ଣା ଊର୍ମା ନିଜ ମାମୁଁ ଘରକୁ କୌଣସି କାମରେ ଆସିଥିବାବେଳେ ଆଜି ସନ୍ଧ୍ୟା ସମୟରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରିଷ୍ଣା ଭୋଇ ସହ ମିଶି ନିଆଁ ପୋଇଁବା ପାଇଁ ଏକ ପାଳ ଗଦାରେ ନିଆଁ ଲଗାଇ ଦେଇ ଭୟରେ ପାଳ ଗଦାରେ ଲୁଚି ଯାଇଥିବାରୁ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଉଭୟ ସମ୍ପର୍କରେ ମାମୁଁ ଭଣଜା ବୋଲି ଜଣାପଡିଛି । ଉଭୟଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୦୮ ଯୋଗେ ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୁଲିସ ପହଞ୍ଚି ତଦନ୍ତ କରୁଛି । ଏହି ଦୁଇ ପରିବାରକୁ ସରକାରୀ ସହାୟତା ପାଇଁ ଜିଲା ପ୍ରଶାସନକୁ ଦାବି ହେଉଛି ।