ବଣ୍ଡା ଜାତିର ଟେକ ରଖିଲେ ସୁନା ପୁଅ ମଙ୍ଗଳା,ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ନୀଳଗିରି,୩୦/୮: ମାଲକାନଗିରିର ସୁନା ପୁଅ ମଙ୍ଗଳା ଜଣେ ବଣ୍ଡା ସମ୍ପ୍ରଦାୟର ଆଦିମ ଅଧିବାସୀ ହୋଇଥିବା ବେଳେ ଗରିବ ପରିବାରରୁ ଦୁଃଖ କଷ୍ଟ ସହି ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡ଼ବେଲ ଆଦିବାସୀ ଅନୁନ୍ନତ ଅଞ୍ଚଳର ହାଡି ମୁଦୁଲି ଓ ମଙ୍ଗଳି ମୁଦୁଲିଙ୍କ ପୁଅ ମଙ୍ଗଳା ପିଲାଟି ଦିନରୁ ଗାଁରେ ରୋଗୀଙ୍କ ଛଟପଟ ହେଉଥିବା ଦୃଶ୍ୟ ମନକୁ ଆନ୍ଦୋଳିତ କରିଥିଲା । ତାଙ୍କର ଦୁଇ ଭାଇ ଓ ଭଉଣୀ ଅଛନ୍ତି । ଗୋଟିଏ ପଟେ ଚିକିତ୍ସା ଅବହେଳା ଆଉ ଗୋଟିଏ ପଟେ ଗୁଣିଆଙ୍କ ସାହାରା ନେବା ଏହା ଦେଖି ଅଞ୍ଚଳପାଇଁ କିଛି ସେବା କରିବାକୁ ସେ ମନସ୍ଥ କରିଥିଲେ । ବଡ଼ ହେଲେ ଡାକ୍ତର ହୋଇଆଦିବାସୀ ବଣ୍ଡା ସମ୍ପ୍ରଦାୟ ଲୋକଙ୍କର ସେବା ଯୋଗାଇବା ସହ ମନରୁ ଅନ୍ଧବିଶ୍ୱାସ ହଟାଇବା ପାଇଁ ସେ ଶପଥ କରିଥିଲେ। ବାପା ଚାଷୀ ଥିବା ବେଳେ ଦୁଇ ଭାଇ ଦୁଇ ଭଉଣୀ ଘର କିପରି ଚଳିବ ପେଟ ଚିନ୍ତା ଘାରିଥିଲା। ଏହାରି ଭିତରେ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସଫଳତା ଆଣିବା ସହ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।ନିଟ ପରୀକ୍ଷାରେ ସଫଳତା ପାଇ ଏବେ ଡାକ୍ତରୀ ପାଠ ପଢିବାକୁ ସୁଯୋଗ ପାଇଛନ୍ତି।ସାରା ରାଜ୍ୟରୁ ତାଙ୍କୁ ଶୁଭେଛାର ସୁଆ ଛୁଟୁଥୁବା ବେଳେ ବାଲେଶ୍ଵର ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ଡାକରା ପାଇ ଭୁବନେଶ୍ୱର ଯାଇଥିଲେ।ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେଇ ତାଙ
ନୀଳଗିରି,୩୦/୮: ମାଲକାନଗିରିର ସୁନା ପୁଅ ମଙ୍ଗଳା ଜଣେ ବଣ୍ଡା ସମ୍ପ୍ରଦାୟର ଆଦିମ ଅଧିବାସୀ ହୋଇଥିବା ବେଳେ ଗରିବ ପରିବାରରୁ ଦୁଃଖ କଷ୍ଟ ସହି ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡ଼ବେଲ ଆଦିବାସୀ ଅନୁନ୍ନତ ଅଞ୍ଚଳର ହାଡି ମୁଦୁଲି ଓ ମଙ୍ଗଳି ମୁଦୁଲିଙ୍କ ପୁଅ ମଙ୍ଗଳା ପିଲାଟି ଦିନରୁ ଗାଁରେ ରୋଗୀଙ୍କ ଛଟପଟ ହେଉଥିବା ଦୃଶ୍ୟ ମନକୁ ଆନ୍ଦୋଳିତ କରିଥିଲା । ତାଙ୍କର ଦୁଇ ଭାଇ ଓ ଭଉଣୀ ଅଛନ୍ତି ।
ଗୋଟିଏ ପଟେ ଚିକିତ୍ସା ଅବହେଳା ଆଉ ଗୋଟିଏ ପଟେ ଗୁଣିଆଙ୍କ ସାହାରା ନେବା ଏହା ଦେଖି ଅଞ୍ଚଳପାଇଁ କିଛି ସେବା କରିବାକୁ ସେ ମନସ୍ଥ କରିଥିଲେ । ବଡ଼ ହେଲେ ଡାକ୍ତର ହୋଇଆଦିବାସୀ ବଣ୍ଡା ସମ୍ପ୍ରଦାୟ ଲୋକଙ୍କର ସେବା ଯୋଗାଇବା ସହ ମନରୁ ଅନ୍ଧବିଶ୍ୱାସ ହଟାଇବା ପାଇଁ ସେ ଶପଥ କରିଥିଲେ। ବାପା ଚାଷୀ ଥିବା ବେଳେ ଦୁଇ ଭାଇ ଦୁଇ ଭଉଣୀ ଘର କିପରି ଚଳିବ ପେଟ ଚିନ୍ତା ଘାରିଥିଲା।

ଏହାରି ଭିତରେ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସଫଳତା ଆଣିବା ସହ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।ନିଟ ପରୀକ୍ଷାରେ ସଫଳତା ପାଇ ଏବେ ଡାକ୍ତରୀ ପାଠ ପଢିବାକୁ ସୁଯୋଗ ପାଇଛନ୍ତି।ସାରା ରାଜ୍ୟରୁ ତାଙ୍କୁ ଶୁଭେଛାର ସୁଆ ଛୁଟୁଥୁବା ବେଳେ ବାଲେଶ୍ଵର ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ଡାକରା ପାଇ ଭୁବନେଶ୍ୱର ଯାଇଥିଲେ।ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।