କୁଏତ ବ୍ୟାଙ୍କରୁ ଠକେଇ, ୭୦୦ କୋଟି ଟଙ୍କା ନେଇ ଫେରାର ୧୪୦୦ ଜଣ ମଲାୟଲୀ
କୋଚି: ବିଦେଶୀ ବ୍ୟାଙ୍କରୁ ଠକିଲେ। କୋଟିଏ ନୁହେଁ କି’ ୨ କୋଟି ନୁହେଁ। ଆଉ କେଉଁଆଡ଼େ ଫେରାର ହୋଇଗଲେ। ଏବେ ବ୍ୟାଙ୍କ୍ ଅଧିକାରୀ ଭାରତ ଆସି କରିଛନ୍ତି ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳରେ। ୧୪୦୦ ଜଣ ମଲାୟଲୀଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି। ସୂଚନା ଅନୁଯାୟୀ, ୧୪୦୦ ଜଣ ମଲାୟଲୀ କୁଏତର ଗଲ୍ଫ ବ୍ୟାଙ୍କରୁ ପ୍ରାୟ ୭୦୦ କୋଟି ଟଙ୍କା ଲୋନ ନେଇ ଫେରାର ମାରିଛନ୍ତି। ଏମାନେ ସାଲାରୀ ସାର୍ଟିଫିକେଟକୁ ଗ୍ୟାରେଣ୍ଟି ଭାବରେ ରଖି କୋଟି କୋଟି ଟଙ୍କାର ଲୋନ ନେଇଥିଲେ।ଆଉ ଏହି ମାମଲାରେ ଗଲ୍ଫ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର କେରଳ ଗସ୍ତରେ ଆସି ଆଇନ ଶୃଙ୍ଖଳା ଏଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏର୍ଣ୍ଣାକୁଲମ ଏବଂ କୋଟ୍ଟାୟମ ଜିଲ୍ଲାରେ ୧୦ଟି ମାମଲା ରୁଜୁ କରିଛି । ଏମାନଙ୍କ ମଧ୍ୟରୁ ୮ ଜଣ ଏର୍ଣ୍ଣାକୁଲମ ରୁରାଲ ପୋଲିସ ଅଧୀନରେ ରହିଛନ୍ତି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ଠକେଇ ଗଲ୍ଫ ବ୍ୟାଙ୍କ କୁଏତ ସେୟାରହୋଲ୍ଡିଂ କମ୍ପାନି ପବ୍ଲିକ (KSPC)ରୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଲୋନ ନେଇଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି ନର୍ସ। ବ୍ୟାଙ୍କ ପୋଲିସଙ୍କ ଡିଫଲ୍ଟର ତାଲିକା ମଧ୍ୟ ଦେଇଛି।ତେବେ ଏହି ଠକେଇ ତିନି ମାସ ତଳେ ଜଣାପଡ଼ିଥଲା। ପ୍ରଥମେ ଏମାନେ ଛୋଟ ଛୋଟ ଲୋନ ନେଇ ବ୍ୟାଙ୍କର ଭରସା ଜିତିଥିଲେ। ଆଉ ଏହା ପରେ ବଡ଼ ଲୋନ ନ
କୋଚି: ବିଦେଶୀ ବ୍ୟାଙ୍କରୁ ଠକିଲେ। କୋଟିଏ ନୁହେଁ କି’ ୨ କୋଟି ନୁହେଁ। ଆଉ କେଉଁଆଡ଼େ ଫେରାର ହୋଇଗଲେ। ଏବେ ବ୍ୟାଙ୍କ୍ ଅଧିକାରୀ ଭାରତ ଆସି କରିଛନ୍ତି ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳରେ। ୧୪୦୦ ଜଣ ମଲାୟଲୀଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି।
ସୂଚନା ଅନୁଯାୟୀ, ୧୪୦୦ ଜଣ ମଲାୟଲୀ କୁଏତର ଗଲ୍ଫ ବ୍ୟାଙ୍କରୁ ପ୍ରାୟ ୭୦୦ କୋଟି ଟଙ୍କା ଲୋନ ନେଇ ଫେରାର ମାରିଛନ୍ତି। ଏମାନେ ସାଲାରୀ ସାର୍ଟିଫିକେଟକୁ ଗ୍ୟାରେଣ୍ଟି ଭାବରେ ରଖି କୋଟି କୋଟି ଟଙ୍କାର ଲୋନ ନେଇଥିଲେ।
ଆଉ ଏହି ମାମଲାରେ ଗଲ୍ଫ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର କେରଳ ଗସ୍ତରେ ଆସି ଆଇନ ଶୃଙ୍ଖଳା ଏଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏର୍ଣ୍ଣାକୁଲମ ଏବଂ କୋଟ୍ଟାୟମ ଜିଲ୍ଲାରେ ୧୦ଟି ମାମଲା ରୁଜୁ କରିଛି । ଏମାନଙ୍କ ମଧ୍ୟରୁ ୮ ଜଣ ଏର୍ଣ୍ଣାକୁଲମ ରୁରାଲ ପୋଲିସ ଅଧୀନରେ ରହିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ଠକେଇ ଗଲ୍ଫ ବ୍ୟାଙ୍କ କୁଏତ ସେୟାରହୋଲ୍ଡିଂ କମ୍ପାନି ପବ୍ଲିକ (KSPC)ରୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଲୋନ ନେଇଥିବା ଅଧିକାଂଶ ବ୍ୟକ୍ତି ହେଉଛନ୍ତି ନର୍ସ। ବ୍ୟାଙ୍କ ପୋଲିସଙ୍କ ଡିଫଲ୍ଟର ତାଲିକା ମଧ୍ୟ ଦେଇଛି।
ତେବେ ଏହି ଠକେଇ ତିନି ମାସ ତଳେ ଜଣାପଡ଼ିଥଲା। ପ୍ରଥମେ ଏମାନେ ଛୋଟ ଛୋଟ ଲୋନ ନେଇ ବ୍ୟାଙ୍କର ଭରସା ଜିତିଥିଲେ। ଆଉ ଏହା ପରେ ବଡ଼ ଲୋନ ନେଇ ଫେରାର ହୋଇଯାଇଛନ୍ତି। ବ୍ୟାଙ୍କ କୁଏତରେ ଥିବା ଏମାନଙ୍କ ସ୍ଥାନୀୟ ଠିକଣା ପୋଲିସକୁ ହସ୍ତାନ୍ତର କରିଛି। ମାମଲାରେ ବଡ଼ ଆକାରରେ ତଦନ୍ତ ଆରମ୍ଭ ହୋଇଛି, ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁଛି ପୋଲିସ।