ଆମେରିକାକୁ ଘାରିଲା ଆତଙ୍କୀ ହମଲାର ଭୟ, ଚେତାବନୀ ଦେଲା ସୁରକ୍ଷା ଏଜେନ୍ସି
ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ପରେ ବଢ଼ିଲା ଟ୍ରମ୍ପଙ୍କ ଟେନସନ୍। ଆମେରିକାକୁ ଘାରିଲା ଆତଙ୍କୀ ହମଲାର ଭୟ। ଚେତାବନୀ ଦେଲେ ସୁରକ୍ଷା ଏଜେନ୍ସି। ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପଡିବ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ। ଏହି ସଂଘର୍ଷ ଯୋଗୁଁ ଆମେରିକାରେ ବୃଦ୍ଧି ପାଇଛି ବିପଦ। ଦେଶ ଏବେ ସାଇବର ଏବଂ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇପାରେ। ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ଏଭଳି ଚେତାବନୀ ଦେଇଛି ଆମେରିକାର ଗୃହ ସୁରକ୍ଷା ବିଭାଗ।ଇରାନ ସମର୍ଥିତ ହ୍ୟାକିଂ ଗ୍ୟାଙ୍ଗଗୁଡ଼ିକ ଆମେରିକୀୟ ନେଟୱର୍କ ଉପରେ ସାଇବର ଆଟାକ୍ର ଆଶଙ୍କା କରି ଆଲର୍ଟ କରାଇଛନ୍ତି ସୁରକ୍ଷା ଅଧିକାରୀ। ଏହା ବ୍ୟତୀତ ଇରାନ ସରକାରଙ୍କ ସହିତ ଜଡିତ ସାଇବର ଅପରାଧୀମାନେ ଆମେରିକୀୟ ସରକାରୀ ଏବଂ ଘରୋଇ ନେଟୱର୍କଗୁଡ଼ିକୁ ମଧ୍ୟ ଟାର୍ଗେଟ କରିପାରନ୍ତି। ଆମେରିକୀୟ ସୁରକ୍ଷା ଏଜେନ୍ସିର ଅନୁମାନ ଯେ ୨୦୨୦ରେ ଜଣେ ଇରାନୀ ଶୀର୍ଷ ସାମରିକ କମାଣ୍ଡରଙ୍କ ମୃତ୍ୟୁ ପାଇଁ ଦାୟୀ ଆମେରିକୀୟ ଅଧିକାରୀମାନଙ୍କୁ ଟାର୍ଗେଟ କରିବାକୁ ଚାହୁଁଛି।ରିପୋର୍ଟ ଅନୁଯାୟୀ, କେବଳ ସାଇବର ନୁହେଁ ବରଂ ଆମେରିକାର ଛାତି ଉପରେ ମଧ୍ୟ ବିପଦର ସମ୍ଭାବନା ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଇରାନ ନେତୃତ୍ୱ ଦ୍ୱାରା କୌଣସି ପ୍ରକାରର ଧାର୍ମିକ ଫତୱା ଜାରି କରାଯାଏ ଓ ଆମେରିକାରେ ପ୍ରତିଶୋଧ ନେବା ପାଇଁ ଆହ୍ୱାନ ଦିଆଯାଏ, ତେବେ ଏହା ଦେଶ ଭିତରେ ମୌ
ନୂଆଦିଲ୍ଲୀ: ଇରାନ ଉପରେ ଆକ୍ରମଣ ପରେ ବଢ଼ିଲା ଟ୍ରମ୍ପଙ୍କ ଟେନସନ୍। ଆମେରିକାକୁ ଘାରିଲା ଆତଙ୍କୀ ହମଲାର ଭୟ। ଚେତାବନୀ ଦେଲେ ସୁରକ୍ଷା ଏଜେନ୍ସି। ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପଡିବ ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ। ଏହି ସଂଘର୍ଷ ଯୋଗୁଁ ଆମେରିକାରେ ବୃଦ୍ଧି ପାଇଛି ବିପଦ। ଦେଶ ଏବେ ସାଇବର ଏବଂ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇପାରେ। ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ଏଭଳି ଚେତାବନୀ ଦେଇଛି ଆମେରିକାର ଗୃହ ସୁରକ୍ଷା ବିଭାଗ।
ଇରାନ ସମର୍ଥିତ ହ୍ୟାକିଂ ଗ୍ୟାଙ୍ଗଗୁଡ଼ିକ ଆମେରିକୀୟ ନେଟୱର୍କ ଉପରେ ସାଇବର ଆଟାକ୍ର ଆଶଙ୍କା କରି ଆଲର୍ଟ କରାଇଛନ୍ତି ସୁରକ୍ଷା ଅଧିକାରୀ। ଏହା ବ୍ୟତୀତ ଇରାନ ସରକାରଙ୍କ ସହିତ ଜଡିତ ସାଇବର ଅପରାଧୀମାନେ ଆମେରିକୀୟ ସରକାରୀ ଏବଂ ଘରୋଇ ନେଟୱର୍କଗୁଡ଼ିକୁ ମଧ୍ୟ ଟାର୍ଗେଟ କରିପାରନ୍ତି। ଆମେରିକୀୟ ସୁରକ୍ଷା ଏଜେନ୍ସିର ଅନୁମାନ ଯେ ୨୦୨୦ରେ ଜଣେ ଇରାନୀ ଶୀର୍ଷ ସାମରିକ କମାଣ୍ଡରଙ୍କ ମୃତ୍ୟୁ ପାଇଁ ଦାୟୀ ଆମେରିକୀୟ ଅଧିକାରୀମାନଙ୍କୁ ଟାର୍ଗେଟ କରିବାକୁ ଚାହୁଁଛି।
ରିପୋର୍ଟ ଅନୁଯାୟୀ, କେବଳ ସାଇବର ନୁହେଁ ବରଂ ଆମେରିକାର ଛାତି ଉପରେ ମଧ୍ୟ ବିପଦର ସମ୍ଭାବନା ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଇରାନ ନେତୃତ୍ୱ ଦ୍ୱାରା କୌଣସି ପ୍ରକାରର ଧାର୍ମିକ ଫତୱା ଜାରି କରାଯାଏ ଓ ଆମେରିକାରେ ପ୍ରତିଶୋଧ ନେବା ପାଇଁ ଆହ୍ୱାନ ଦିଆଯାଏ, ତେବେ ଏହା ଦେଶ ଭିତରେ ମୌଳବାଦୀ ତତ୍ତ୍ୱ ସକ୍ରିୟ ହେବେ। ହିଂସାତ୍ମକ ଘଟଣା ଘଟାଇବାର ସମ୍ଭାବନାକୁ ଆହୁରି ବୃଦ୍ଧି କରିବ। ଏପରି ପରିସ୍ଥିତିରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତିତ ଯେ ଇରାନ-ଇସ୍ରାଏଲ ସଂଘର୍ଷ ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବ ଯୋଗୁଁ ଆମେରିକାରେ ନୂଆ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚିପାରେ ଇରାନ।
ଆମେରିକାର ଗୃହ ସୁରକ୍ଷା ବିଭାଗ କହିଛି ଯେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରଠାରୁ, ହମାସ, ଲେବାନିଜ୍ ହିଜବୁଲ୍ଲା, ହୁତୀ ବିଦ୍ରୋହୀ ଏବଂ ପାଲେଷ୍ଟାଇନର ପପୁଲାର ଫ୍ରଣ୍ଟ ଭଳି ଗୋଷ୍ଠୀ ସମେତ ବିଦେଶୀ ଆତଙ୍କବାଦୀ ସଂଗଠନ ଗଣମାଧ୍ୟମରେ ଅନେକ ବିବୃତ୍ତି ଜାରି କରିଛନ୍ତି। ଏହି ସଂଗଠନଗୁଡ଼ିକ ମଧ୍ୟରୁ କିଛି ମଧ୍ୟପ୍ରାଚ୍ୟରେ ଆମେରିକାର ଘାଟି ଏବଂ ଆମେରିକୀୟ କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଆହ୍ୱାନ ଦେଇଛନ୍ତି। ଯାହା ଇସ୍ରାଏଲ ଦ୍ୱାରା କରାଯାଇଥିବା ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆସିଛି।
ସୁରକ୍ଷା ଏଜେନ୍ସି ବିଶ୍ୱାସ କରନ୍ତି ଯେ ଏହି ସଂଘର୍ଷ ମୌଳବାଦୀ ହିଂସାତ୍ମକ ତତ୍ୱ ହେଟ୍ ସ୍ପିଚ୍ ଦ୍ୱରା ଉସକାଇପାରନ୍ତି। ଆମେରିକା ଜଡିତ ଅନେକ ଲିଙ୍କକୁ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିପାରିବେ। ସେମାନେ ଇହୂଦୀ, ଇସ୍ରାଏଲ ସମର୍ଥକ କିମ୍ବା ଆମେରିକୀୟ ସାମରିକ ପ୍ରତିଷ୍ଠାନ ସହିତ ଜଡିତ ଅଧିକାରୀଙ୍କୁ ଟାର୍ଗେଟ କରିବେ। ଆମେରିକାରେ ଘରୋଇ ଆକ୍ରମଣର ସମ୍ଭାବନା ବୃଦ୍ଧି ପାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇଆଲର୍ଟରେ ଅଛନ୍ତି ସୁରକ୍ଷା ଏଜେନ୍ସି।
ଇସ୍ରାଏଲ-ଇରାନ ଯୁଦ୍ଧରେ ସିଧାସଳଖ ସାମିଲ ହୋଇଛି ଆମେରିକା। ଇରାନର ତିନୋଟି ପ୍ରମୁଖ ପରମାଣୁ ପ୍ରତିଷ୍ଠାନ ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ କରିଛି ଆକ୍ରମଣ। ଇରାନ ସିଧାସଳଖ ପ୍ରତିଶୋଧ ନେବାକୁ ଘୋଷଣା କରିଛି। ଏହି ଆକ୍ରମଣ ପାଇଁ ଆମେରିକାକୁ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି କହିଛି ତେହେରାନ।