ଆରମ୍ଭ ହେଲା କୁଇଜ୍ର ମହାକୁମ୍ଭ ‘ମେଟଲ ମିଟ୍ ୨୦୨୪’
ଭୁବନେଶ୍ୱର,୩।୮: ଆରମ୍ଭ ହୋଇଛି କୁଇଜର ମହାକୁମ୍ଭ ‘ମେଟଲ ମିଟ୍ ୨୦୨୪’। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ୧୧.୩୦ରେ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିନ ପ୍ରିଲିମ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଶନିବାର […] The post ଆରମ୍ଭ ହେଲା କୁଇଜ୍ର ମହାକୁମ୍ଭ ‘ମେଟଲ ମିଟ୍ ୨୦୨୪’ appeared first on Dharitri Odia News.
ଭୁବନେଶ୍ୱର,୩।୮: ଆରମ୍ଭ ହୋଇଛି କୁଇଜର ମହାକୁମ୍ଭ ‘ମେଟଲ ମିଟ୍ ୨୦୨୪’। ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଶନିବାର ୧୧.୩୦ରେ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିନ ପ୍ରିଲିମ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଶନିବାର ସକାଳ ପ୍ରାୟ ୯ଟାରୁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଆରମ୍ଭ ହେଲା ମେଟଲ୍ ମିଟ୍ ୨୦୨୪#MettleMeet2024 #Quiz #Quizzers #Odisha @pooniajay pic.twitter.com/iIwTWI5Dme
— Dharitri Live (@DharitriLive1) August 3, 2024
କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବୃଦ୍ଧି କରିବା ସହିତ ରାଜ୍ୟରେ କ୍ୱିଜିଙ୍ଗକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ୨୦୧୬ ପ୍ରଥମ ସଂସ୍କରଣରେ ମାତ୍ର ୧୮ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିବାବେଳେ ଏବେ ତାହା ୮୦ ଉପରେ ପହଞ୍ଚିଛି। ଉଚ୍ଚମାନର କ୍ୱିଜିଙ୍ଗ ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ବଢ଼ିଥିବାବେଳେ ପ୍ରତିବର୍ଷ ଏଥିରେ ଅଂଶଗ୍ରହଣ କରିବା ପାଇଁ ଏମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଚଳିତବର୍ଷ ରାଜ୍ୟରୁ ମୋଟ ୮୨ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଛନ୍ତି।
ଜୁନିୟର ଗ୍ରୁପରେ ୪୨ଟି ଟିମ ଥିବାବେଳେ ସିନିୟର ଗ୍ରୁପରେ ୪୦ଟି ଟିମ ରହିଛନ୍ତି। ଜୁନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବୁର୍ଲା, ବାଲେଶ୍ବର, ଭଦ୍ରକ ଓ ଢେଙ୍କାନାଳର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିବାବେଳେ ସିନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, କୋରାପୁଟ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ଏବଂ ବୁର୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ଏଥର ବି ‘ମେଟଲ ମିଟ’ରେ କୁଇଜ ମାଷ୍ଟର ଅଜୟ ପୁନିଆ ରହିଛନ୍ତି।
The post ଆରମ୍ଭ ହେଲା କୁଇଜ୍ର ମହାକୁମ୍ଭ ‘ମେଟଲ ମିଟ୍ ୨୦୨୪’ appeared first on Dharitri Odia News.